ଓଡିଶା

odisha

ETV Bharat / city

ଚିନ୍ତା ବଢାଉଛି ବ୍ଯାଙ୍କ ଓ ଏଟିଏମ ସୁରକ୍ଷା, କମିସନରେଟ ପୋଲିସର ନୁଆ ଷ୍ଟ୍ରାଟେଜି

ଟ୍ବିନ ସିଟିର ବ୍ଯାଙ୍କ ଓ ଏଟିଏମ ସୁରକ୍ଷା ନେଇ ବଢିଲା ଚିନ୍ତା । ଏନେଇ କଟକ ଓ ଭୁବନେଶ୍ବରରେ ହେଉଥିବା ବ୍ଯାଙ୍କ ଡକାୟତି ଓ ଏଟିଏମ ଡକାୟତି ନେଇ ନୂଆ ଷ୍ଟ୍ରାଟେଜି ଆପଣେଇଛି କମିସନରେଟ ପୋଲିସ। ଅଧିକ ପଢନ୍ତୁ..

bank-and-atm-safty-commisiorate-police-organise-meeting-with-bank-official
bank-and-atm-safty-commisiorate-police-organise-meeting-with-bank-official

By

Published : Oct 16, 2020, 11:02 PM IST

ଭୁବନେଶ୍ବର: ଟ୍ବିନ ସିଟିର ବ୍ଯାଙ୍କ ଓ ଏଟିଏମ ସୁରକ୍ଷା ନେଇ ବଢିଲା ଚିନ୍ତା । ଏନେଇ କଟକ ଓ ଭୁବନେଶ୍ବରରେ ହେଉଥିବା ବ୍ଯାଙ୍କ ଡକାୟତି ଓ ଏଟିଏମ ଡକାୟତି ନେଇ ନୂଆ ଷ୍ଟ୍ରାଟେଜି ଆପଣେଇଛି କମିସନରେଟ ପୋଲିସ। ଏନେଇ କମିସନରେଟ ପୋଲିସ ୨୫ଟି ରାଷ୍ଟ୍ରାୟତ ବ୍ଯାଙ୍କ ସହ ଆଲୋଚନା କରିଛି । ସମସ୍ତ ବ୍ଯାଙ୍କ ବ୍ରାଞ୍ଚ ଓ ଏଟିଏମର ନିରାପତ୍ତା ନେଇ ଆଲୋଚନା କରାଯାଇଛି।

ଚିନ୍ତା ବଢାଉଛି ବ୍ଯାଙ୍କ ଓ ଏଟିଏମ ସୁରକ୍ଷା, କମିସନରେଟ ପୋଲିସର ନୁଆ ଷ୍ଟ୍ରାଟେଜି

ବ୍ରାଞ୍ଚର ସିକ୍ୟୁରିଟି ସୁଦୃଢ କରିବା, ଆଲାର୍ମି ସିଷ୍ଟମ ଅପଡେଟ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଷ୍ଟ୍ରଙ୍ଗ ରୁମ ଓ କ୍ଯାସ କାଉଣ୍ଟରକୁ ସ୍ବତନ୍ତ୍ର ସୁରକ୍ଷା ଦେବା ଅ଼ଞ୍ଚଳରେ ରଖିବା।ସିସିଟିଭିରେ ବ୍ଯାଙ୍ଗର ସମସ୍ତ ଏରିଆ କଭର କରିବା। ପୋଲିସ ସହ ଯୋଗାଯୋଗ ରହିବା ଏବଂ ଏଟିଏମ ଗୁଡିକରେ ଉନ୍ନତ ମାନର ଏଟିଏମ ମେସିନ ବ୍ଯବହାର କରିବା ,ପୁରୁଣା ମେସିନ କୁ ଅପଡେଟ କରିବା ଆଦି ନେଇ ମଧ୍ୟ ଷ୍ଟ୍ରାଟେଜି ଆପଣେଇଛି କମିସନରେଟ ପୋଲିସ।

ଚିନ୍ତା ବଢାଉଛି ବ୍ଯାଙ୍କ ଓ ଏଟିଏମ ସୁରକ୍ଷା, କମିସନରେଟ ପୋଲିସର ନୁଆ ଷ୍ଟ୍ରାଟେଜି

ସେହିପରି ବ୍ଯବହାର ଅଧିକ ନ ହେଉଥିବା ଅଞ୍ଚଳରେ ଅଧିକ କ୍ଯାସ ଏଟିଏମର ନରଖିବା ଆଦି ଦିଗକୁ ନେଇ ଆଲୋଚନା କରାଯାଇଛି । କାରଣ ବିଗତ କିଛି ଦିନ ପୂର୍ବରୁ ରାଜଧାନୀରେ ବ୍ଯାଙ୍କ ଡକାୟତି ଓ ଏଟିଏମ ଗ୍ଯାସ ଦ୍ବାରା ତାଡି ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଏଭଳି ତତ୍ପରତା ନେଇଛି କମିସନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details