ଭୁବନେଶ୍ବର: ବାଲେଶ୍ଵର ସଦର ଆସନକୁ ନେଇ ବିଜେଡ଼ିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଦଳ ଏଠାରେ ପୂର୍ବତନ କାଉନସିଲର ସ୍ଵରୁପ ଦାସଙ୍କୁ ପାର୍ଥୀ କରିଛି । ଟିକେଟ ରେସରେ ନଥାଇ ବି ଦଳ ତାଙ୍କୁ ପାର୍ଥୀ କରିଛି । ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ନେଇ ଦଳ ମଧ୍ୟରେ ନେତା ଓ କର୍ମୀ ବିରୋଧ କରିଛନ୍ତି । ଏହାକୁ ନେଇ ବିରୋଧୀ ରାଜନୀତି ଗଣିତ କଷୁଛନ୍ତି ଆଗାମୀ ଉପନିର୍ବାଚନ ପାର ହେବା ପାଇଁ ।
ଉପ-ନିର୍ବାଚନ ରଣନୀତି :ବିଜେଡି ଅନ୍ତକନ୍ଦଳରୁ ଫାଇଦା ନେବା ଚକରରେ ବିରୋଧୀ ବାଲେଶ୍ଵରରେ ଉପନିର୍ବାଚନରେ ବିଜେଡି ପ୍ରାଥି ଘୋଷଣା ପରେ ଅସନ୍ତୋଷ ପ୍ରସଙ୍ଗ। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଉଭୟ ଆସନରେ ବିଜେଡିର କନ୍ଦଳ ଓ ଦ୍ଵନ୍ଦ୍ବ ଆଜି ପ୍ରତିଫଳିତ ହେଉଛି । ବାଲେଶ୍ଵରରେ ଏ କଥା ପଦାକୁ ଫୁଟି କି ବହାରିଲାଣି ଯେ ଦ୍ଵନ୍ଦ୍ବ କେଉଁ ସ୍ତରକୁ ଯାଇଛି । ଗୋଟିଏ ଦ୍ଵନ୍ଦତ୍ମକ ଓ ବିଶୃଙ୍ଖଳା ସ୍ଥିତିରେ ବିଜେଡି ଏଥର ନିର୍ବାଚନ ଲଢ଼ିବ । କେବଳ ଅଫିସର ମାନଙ୍କୁ ନେଇ ପ୍ରାୟୋଜିତ ଭାବେ ଲଢ଼ିବା ବିଜେଡି ପାଖରେ ସେହି ଗୋଟିଏ ଭରସା ଅଛି । ଅଫିସର ମାନଙ୍କ ଉପରେ ଆଶା ରଖି ବିଜେଡି ଦୁଇ ଉପନିର୍ବାଚନ ଲଢ଼ୁଛି କାରଣ ଦଳୀୟ କର୍ମୀଙ୍କ ଭିତରେ ଥିବା ଅସନ୍ତୋଷ ଓ କନ୍ଦଳକୁ ସଜାଡି ପରିବାର ଶକ୍ତି ଆଜି ବିଜୁ ଜନତା ଦଳର ନେତାଙ୍କ ପାଖରେ ଆଜି ନାହିଁ ।
କିନ୍ତୁ ଭାରତୀୟ ଜନତା ପାର୍ଟି ଆଜି ଏକ ମୁହାଁ ହୋଇ ଦୁଇଟି ଯାକ ନିର୍ବାଚନ ଲଢ଼ୁଛି ଏବଂ ଲୋକଙ୍କର ବିଶ୍ୱାସ ଭାଜନ ହେବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ନେଇ ଆମେ ନିର୍ବାଚନ ଲଢ଼ୁଛୁ । ଆଉ ଆମେ ଦୁଇଟି ଜାଗାରେ ଲୋକଙ୍କ ବିଶ୍ୱାସ ଜିତିବୁ । ବୋଲି କହିଛନ୍ତି ପୃଥିରାଜ୍ ହରିଚନ୍ଦନ । ବାଲେଶ୍ଵରରେ ଉପନିର୍ବାଚନରେ ବିଜେଡି ପ୍ରାଥି ଘୋଷଣା ପରେ ଅସନ୍ତୋଷ ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରତିକ୍ରିୟା। ବିଜେଡିର ବାହାର ଲୋକଙ୍କୁ ପାର୍ଥୀ କରିଛି । ଜେନାଙ୍କୁ ପ୍ରାଥି କରିନି ଦଳ । ବିଜେପି-ବିଜେଡି ମିଶି ଯାଇଛନ୍ତି । ଉଭୟ ଦଳର ଡିଲ କରି ପ୍ରାଥି ଦେଇଛନ୍ତି। ଗୋଷ୍ଠୀ କନ୍ଦଳରୁ ଫାଇଦା ନେବ କଂଗ୍ରେସ। କଂଗ୍ରେସ ବାଲେଶ୍ଵର ଓ ତିର୍ତ୍ତୋଲରେ ଭଲ ପ୍ରାଥି ଦେଇଛି । ଦଳ ନିଶ୍ଚିତ ଜିତିବ ।
ଉପନିର୍ବାଚନରେ ବିଜେଡି ପ୍ରାଥି ଘୋଷଣା ପରେ ଅସନ୍ତୋଷ ପ୍ରସଙ୍ଗରେ ବିଜେଡି ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଟିକେଟ ଦିଆଯାଇଛି । ବିଜୁ ଜନତା ଦଳ ଏକ ବିରାଟ ଦଳ ତେଣୁ କିଛି ଗୋଷ୍ଠୀ କନ୍ଦଳ ରହିବ । ରାଜନୀତିରେ କେହି ସନ୍ୟାସୀ ହେବାକୁ ଆସିନାହାନ୍ତି ତେଣୁ ଯେଉଁ ମାନଙ୍କର ଇଚ୍ଛା ଅଛି ସେମାନେ ଆଗ୍ରହୀ ହେବା ସ୍ବଭାବିକ । କିନ୍ତୁ ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଲେ ସବୁବେଳେ କର୍ମୀ ମାନେ ତାକୁ ମାନନ୍ତି ଆଜି ବି ସେ ନିଷ୍ପତିକୁ ଗ୍ରହଣ କରିବେ । ଗତକାଲି ମଧ୍ୟ ରବୀନ୍ଦ୍ର ଜେନା ତାଙ୍କ ସମର୍ଥକ ମାନଙ୍କୁ ବୁଝାଇଛନ୍ତି। ଆଜି ବି ତାଙ୍କ ସହିତ ଆଲୋଚନା ଚାଲିଛି । ତେଣୁ କୌଣସି ବିଶୃଙ୍ଖଳା ଉପୁଜୀବ ନାହିଁ । ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଉପନିର୍ବାଚନ ପାଇଁ ଲାଗିବେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ