ଓଡିଶା

odisha

ETV Bharat / city

ସ୍ବତନ୍ତ୍ର କରିଡରରେ ଏମ୍ସ ସ୍ଥାନାନ୍ତର ହେଲେ ଛବିଙ୍କ କନ୍ୟା - newborn

କଟକ ଏସସିବିରେ ଏକା ସାଙ୍ଗରେ 4 ଶିଶୁକନ୍ୟା ଜନ୍ମ ଘଟଣା । ପୂର୍ବରୁ 2 ଜଣ ନବଜାତକଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ଏକ ଶିଶୁର ମୃତ୍ୟୁ । ସଙ୍କଟାପନ୍ନ ଅନ୍ୟ ଏକ ଶିଶୁକୁ ସ୍ବତନ୍ତ୍ର ଗ୍ରୀନ କରିଡର ବ୍ୟବସ୍ଥାରେ ଶିଶୁ ଭବନରୁ ଏମ୍ସକୁ କରାଗଲା ସ୍ଥାନାନ୍ତର । ଅଧିକ ପଢନ୍ତୁ...

ସ୍ବତନ୍ତ୍ର କରିଡରରେ ଏମ୍ସ ସ୍ଥାନାନ୍ତର ହେଲେ ଛବିଙ୍କ କନ୍ୟା
ସ୍ବତନ୍ତ୍ର କରିଡରରେ ଏମ୍ସ ସ୍ଥାନାନ୍ତର ହେଲେ ଛବିଙ୍କ କନ୍ୟା

By

Published : Aug 11, 2021, 10:33 PM IST

ଭୁବନେଶ୍ବର: କଟକ ଏସସିବିରେ ଏକା ସାଙ୍ଗରେ 4 ଶିଶୁକନ୍ୟା ଜନ୍ମ ଘଟଣା । ପୂର୍ବରୁ 2 ଜଣ ନବଜାତକଙ୍କ ମୃତ୍ୟୁ ଘଟିଥିବାବେଳେ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଏକ ଶିଶୁ ଆଖି ବୁଜିଛି । ଶିଶୁ ଭବନର ସମସ୍ତ ଉଦ୍ୟମ ସତ୍ତ୍ବେ ଶିଶୁଟିକୁ ବଞ୍ଚାଇ ଯାଇପାରି ନାହିଁ । ମୋଟ 3 ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଥିବାବେଳେ ଆଜି ଏକମାତ୍ର ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଯେଉଁଥିପାଇଁ ସ୍ବତନ୍ତ୍ର ଗ୍ରୀନ କରିଡର ବ୍ୟବସ୍ଥାରେ ଶିଶୁଟିକୁ କଟକ ଶିଶୁଭବନରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସ୍ବତନ୍ତ୍ର କରିଡରରେ ଏମ୍ସ ସ୍ଥାନାନ୍ତର ହେଲେ ଛବିଙ୍କ କନ୍ୟା

କମିଶନରରେଟ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର କରିଡର ବ୍ୟବସ୍ଥା କରାଯାଇଥିଲା । ନନ୍ଦନକାନନ ବାଟ ଦେଇ ମାତ୍ର 20 ମିନିଟ ମଧ୍ୟରେ ଶିଶୁଟିକୁ ଏମ୍ସରେ ପହଞ୍ଚାଯାଇଛି । ତେବେ ଏମ୍ସରେ ଚିକିତ୍ସିତ ହେବା ପରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ 8 ତାରିଖ ଦିନ ଭଞ୍ଜନଗର ଡିହପଡା ଅଞ୍ଚଳର ବୀରେନ୍ଦ୍ର ନାୟକଙ୍କ ସ୍ତ୍ରୀ ଛବିତା SCB ମେଡିକାଲରେ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details