ଓଡିଶା

odisha

ETV Bharat / city

ଫନିର ଫାଇଦା ଉଠାଇ ଲୁଟୁଛନ୍ତି ଅଟୋ ଡ୍ରାଇଭର

ଅସହାୟତାର ଫାଇଦା ଉଠାଉଛନ୍ତି ଅଟୋ ଡ୍ରାଇଭର । ଫନିର ଫାଇଦା ଉଠାଇ ଗ୍ରାହକଙ୍କୁ ଲୁଟିବାରେ ଲାଗିଛନ୍ତି । 5 କିମି ଯିବାକୁ ମାଗୁଛନ୍ତି 500 ଟଙ୍କା ।

By

Published : May 7, 2019, 5:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅସହାୟତାର ଫାଇଦା ଉଠାଉଛନ୍ତି ଅଟୋ ଡ୍ରାଇଭର । ଫନିର ଫାଇଦା ଉଠାଇ ଗ୍ରାହକଙ୍କୁ ଲୁଟିବାରେ ଲାଗିଛନ୍ତି । 5 କିମି ଯିବାକୁ ମାଗୁଛନ୍ତି 500 ଟଙ୍କା । ଆଉ ଯିଏ ମନା କରୁଛି ତା ସହ ଝଗଡା କରୁଛନ୍ତି ଏହି ଅଟୋ ଡ୍ରାଇଭର । ଏଭଳି ଘଟଣା ଏବେ ଦେଖିବାକୁ ମିଳୁଛି ରାଜଧାନୀର ଗଳିକନ୍ଦିରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସରକାରୀ ବସ ସେବା ସତ୍ବେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ମାର୍ଟସିଟି ବାସୀ । ବସ ସେବା ନଥିବା ସ୍ଥାନ କିମ୍ବା ଜରୁରୀ ପରିସ୍ଥିତିରେ ଯିବାକୁ ହେଲେ ବାଧ୍ୟ ହୋଇ ମାନିବାକୁ ପଡୁଛି ଅଟୋ ଚାଳକଙ୍କ କଥା । ଭଡା କଲେ ୨୦୦ ଜାଗାରେ ୫୦୦ ଦାବି କରୁଛନ୍ତି । ତେବେ ଭଡା ଅଟୋ ତ ଅଲଗା କଥା ଲାଇନ ଅଟୋ ମଧ୍ୟ ୨୦ ଜାଗାରେ ୫୦ ଟଙ୍କା ଦାବି କରୁଛନ୍ତି ଗ୍ରାହକଙ୍କଠାରୁ । ଫଳରେ ଛାତ୍ରଙ୍କ ଠାରୁ ଆରମ୍ଭ କରି ଚାକିରିଆ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକେ ହଇରାଣ ହେଉଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details