ଓଡିଶା

odisha

ETV Bharat / city

ଲାଗୁ ହେଲା 'ଅଟୋ ବେ', ମାର୍କିଂରେ ନରହିଲେ ହଜାରେ ଫାଇନ

ଭୁବନେଶ୍ବରରେ ଲାଗୁ ହେଲା ଅଟୋ ବେ । ଏଣିକି ରାସ୍ତା ଉପରେ ମନ ଇଛା ଅଟୋ ରହିବ ନାହିଁ । ନିୟମ ନମାନିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଲାଗୁହେବ । ଅଧିକ ଖବର ପଢନ୍ତୁ...

By

Published : Oct 21, 2019, 10:32 PM IST

ଲାଗୁ ହେଲା 'ଅଟୋ ବେ', ଚିହ୍ନରେ ନରହିଲେ ହଜାରେ ଫାଇନ

ଭୁବନେଶ୍ବର: ଏଣିକି ରାସ୍ତା ଉପରେ ମନ ଇଛା ଅଟୋ ରହିବ ନାହିଁ । ମନ ଇଛା ସ୍ଥାନରେ ଯାତ୍ରୀଙ୍କୁ ଉଠାଇ କି ବସାଇପାରିବେ ନାହିଁ ଅଟୋ ଚାଳକ । କାରଣ ରାଜଧାନୀରେ ଲାଗୁ ହୋଇଛି 'ଅଟୋ ବେ ସିଷ୍ଟମ' । ଅର୍ଥାତ ନିର୍ଦ୍ଧିଷ୍ଟ ସ୍ଥାନରେ ରହିବ ଅଟୋ ।

ଲାଗୁ ହେଲା 'ଅଟୋ ବେ', ଚିହ୍ନରେ ନରହିଲେ ହଜାରେ ଫାଇନ

ଯେଉଁଠି ଯାତ୍ରୀ ଅଟୋରେ ବସିବେ ସେହି ସିଟରୁ ଅନ୍ୟ ଏକ ସ୍ଥାନରେ ଓହ୍ଲାଇବେ । ରାଜଧାନୀର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ୩ଟି ସ୍ଥାନରେ ଲାଗୁ ହୋଇଛି ଏହି ନୂଆ ନିୟମ । ରାଜମହଲ,କଳ୍ପନା ଓ ବାଣି ବିହାରରେ ପ୍ରଥମ ପର୍ଯ୍ୟାୟରେ ଲାଗୁ ହୋଇଥିବା ବେଳେ ଖୁବଶୀଘ୍ର ସହରର ଅନ୍ୟ ସ୍ଥାନରେ ଲାଗୁହେବ ।

ତେବେ ଏଥିପାଇଁ ସେହି ସ୍ଥାନଟି ଚିହ୍ନଟ ହେବ, ଯେଉଁଠାରେ ଅଟୋ ଷ୍ଟାଣ୍ଡ ବା ଅଟୋ ବେ ମାର୍କିଂ ହୋଇଥିବ । ଅଟୋ ବେ ରେ ୫ଟି ଅଟୋ ରହିପାରିବ । ଷ୍ଟାଣ୍ଡରେ ଅଧିକ କ୍ଷମତା ରହିବ । ହେଲେ କେବଳ ମାର୍କିଂ ସ୍ଥାନରେ ହିଁ ଅଟୋଟି ରହିଲା ପରେ ଯାତ୍ରୀ ଓହ୍ଲାଇବେ ଓ ବସିପାରିବେ । ତେବେ ନିୟମ ନମାନିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଲାଗୁହେବ । ଖୁବଶିଘ୍ର ସହର ସାରା ଏହି ନିୟମ ଲାଗୁ ପାଇଁ ବ୍ୟବସ୍ଥା କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details