ଓଡିଶା

odisha

ETV Bharat / city

ରାଜଧାନୀ ରାସ୍ତାରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜଧାନୀ ରାସ୍ତାରେ ବିଳମ୍ବିତ ରାତ୍ରୀରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ...

By

Published : Jun 26, 2021, 7:46 AM IST

ରାଜଧାନୀ ରାସ୍ତାରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ରାଜଧାନୀ ରାସ୍ତାରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ରାଜଧାନୀର ରାସ୍ତାରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ହାତ କାଟି ରାସ୍ତାରେ ଚାଲି ଚାଲି ଯିବା ବାଟରେ ରାସ୍ତାରେ ପଡ଼ି ଗଲେ ଯୁବତୀ । ଗତ ରାତିରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଜଣେ ଯୁବତୀ ଚାଲି ଚାଲି ଯିବା ସମୟରେ ହଠାତ ରାସ୍ତା ମଝିରେ ଟଳି ପଡିଥିଲେ ।

ରାଜଧାନୀ ରାସ୍ତାରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଯୁବତୀ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯୁବତୀ ଜଣଙ୍କ କାହିଁକି ହାତ କାଟିଲେ, ଯଦିବି କାଟିଲେ କଣ ରହିଛି ଏହା ପଛରେ କାରଣ । ହାତ କାଟିବା ପରେ କୁଆଡେ ଯାଉଥିଲେ ଯୁବତୀ । ଏ ନେଇ ଯୁବତୀ ଜଣଙ୍କ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ବର୍ତମାନ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details