ଓଡିଶା

odisha

ETV Bharat / city

ଏଣିକି ରେଳ ଷ୍ଟେସନରେ ଟିକେଟ ଯାଞ୍ଚ କରିବ ATMA ମେସିନ

ଏଣିକି ରେଳ ଷ୍ଟେସନରେ ଟିକେଟ ଯାଞ୍ଚ କରିବ ମେସିନ । ଭୁବନେଶ୍ୱର ରେଳ ଷ୍ଟେସନରେ ଉଦଘାଟିତ ହେଲା ଆତ୍ମା(ATMA) ମେସିନ । ଅଧିକ ପଢନ୍ତୁ...

ଏଣିକି ରେଳ ଷ୍ଟେସନରେ ଟିକେଟ ଯାଞ୍ଚ କରିବ ATMA ମେସିନ
ଏଣିକି ରେଳ ଷ୍ଟେସନରେ ଟିକେଟ ଯାଞ୍ଚ କରିବ ATMA ମେସିନ

By

Published : Jun 22, 2021, 2:55 PM IST

ଭୁବନେଶ୍ବର: କୋରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା ଟିକେଟ ଯାଞ୍ଚ ମେସିନ । ଯାହା ନାଁ ATMA ରଖାଯାଇଛି । ରେଳ ଷ୍ଟେସନରେ ଗହଳିକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରକ୍ଷା ଦିଗରେ ସହାୟକ ହେବ ।

ଏଣିକି ରେଳ ଷ୍ଟେସନରେ ଟିକେଟ ଯାଞ୍ଚ କରିବ ATMA ମେସିନ

ପୁଣେ ଆଧାରିତ ଷ୍ଟାର୍ଟ ଅଫ ଫାର୍ମ ରେଳ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ମଧ୍ୟରେ ଦୂରତା ରକ୍ଷା ଏବଂ ସୁଗମ ପ୍ରବେଶ ପାଇଁ ଏହି ଯନ୍ତ୍ର ଲଗାଯାଇଛି । ଏହା ଏକ ପ୍ଲାଟଫର୍ମକୁ ଡିଜିଟାଲ କରାଇବା ସହ ପ୍ଲାଟଫର୍ମରେ ପ୍ରବେଶ ଦିଗରେ ଅନୁମତି ଦେବ । କୋରୋନା ସମୟରେ ଏହା ଯାତ୍ରୀଙ୍କ ପାଇଁ ରେଳ କତ୍ତୃପକ୍ଷଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ । ଏହା ଦ୍ୱାରା ଶରୀରର ତାପମାତ୍ରା ଫେସ ସ୍କାନ ଟିକେଟ ଏବଂ ଯାତ୍ରୀଙ୍କ ପରିଚୟ କାର୍ଡ ଯାଞ୍ଚ କରିବା ସହଜ ହେବ ।

ଏହା ସହ ବୋଡିଂ ନିର୍ଦ୍ଦେଶାବଳୀ ଅନୁସରଣ କରିବା ସମୟରେ ଯାତ୍ରୀଙ୍କ ପ୍ରମାଣପତ୍ରର ଟଚ୍ ମୁକ୍ତ ଯାଞ୍ଚକୁ ସକ୍ଷମ କରିବ । ପାରାଦ୍ବୀପ ଫସଫେକ୍ଟ ଲିମିଟେଡ଼( ପିପିଏଲ) କମ୍ପାନୀ ଏହିପରି ଦୁଇଟି ମେସିନ ଯୋଗାଇଛି । ଯାହା ଭୁବନେଶ୍ୱର ସହ ପୁରୀ ରେଳ ଷ୍ଟେସନ ମଧ୍ୟରେ ସ୍ଥାପିତ କରାଯାଇଛି । ଉଭୟ ସିଷ୍ଟମର ମୂଲ୍ୟ 5 ଲକ୍ଷ ଟଙ୍କା । ପରବର୍ତ୍ତୀ ସମୟରେ ସମ୍ବଲପୁର ଏବଂ ଟିଟିଲାଗଡ ରେଳ ଷ୍ଟେସନରେ ଖୁବଶୀଘ୍ର ସଂସ୍ଥାପିତ କରାଯିବ ବୋଲି ଜଣାପଡିଛି ।




ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details