ଓଡିଶା

odisha

ETV Bharat / city

ବିଧାୟକଙ୍କୁ ଲାଗିଛି କାଳିସୀ; ଘଟଣାକୁ ନେଇ ଉଠିଲା ପ୍ରଶ୍ନ - ବିଧାୟକଙ୍କ ଦେହରେ କାଳିସୀ

ବାଜୁଥିଲା ବାଜା, ଘଣ୍ଟ, ଘଣ୍ଟି ଶବ୍ଦରେ ପ୍ରକମ୍ପିତ ହେଉଥିଲା ଚତୁର୍ଦ୍ଦିଗ । ଉଚ୍ଚାରଣ ହେଉଥିଲା ବିଶ୍ବାସର ମନ୍ତ୍ର । ଏହାରି ଭିତରେ କାଳିସୀ ଲାଗିଲା ବିଧାୟକଙ୍କୁ । କଣ ଥିଲା ସଂପୂର୍ଣ୍ଣ ଘଟଣା ପଢନ୍ତୁ ...

PHOTO
ବିଧାୟକଙ୍କୁ ଲାଗିଛି କାଳିସୀ

By

Published : Jan 5, 2020, 8:35 PM IST

ଅନୁଗୋଳ: ବିଧାୟକଙ୍କ ଦେହରେ ଲାଗିଛି କାଳିସୀ । ଏହା କେତେ ସତ୍ୟ ତାହା ଏବେ ପ୍ରଶ୍ନ ଘେରରେ ? ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାହିଁକି ନା ଆଜିର ବିଜ୍ଞାନ ଯୁଗରେ ଏହାକୁ ଗ୍ରହଣ କରିବାକୁ ନାରାଜ ବିଜ୍ଞାନକୁ ବିଶ୍ବାସ କରୁଥିବା ଲୋକେ । ଆଉ ଏଠି ଯେଉଁ ଘଟଣା ଘଟିଛି ତାହାକୁ ନେଇ ଏବେ ପୁଣି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆରମ୍ଭ ହୋଇଛି ବିଶ୍ବାସ ଅବିଶ୍ବାସର ବିତର୍କ । କାରଣ ଯାହାଙ୍କର ଦେହରେ କାଳିସୀ ଲାଗିଛି ସେ କୌଣସି ସାଧାରଣ ଲୋକ ନୁହଁନ୍ତି । ସେ ହେଉଛନ୍ତି ବିଧାୟକ ।

ବିଧାୟକଙ୍କ ଦେହରେ ଲାଗିଲା କାଳିସୀ

ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ଅନ୍ତର୍ଗତ ଆମ୍ବସରମୁଣ୍ଡା ଗାଁରେ । ଘଟଣା ଅନୁସାରେ ରବିବାର ସାମ୍ବଦଶମୀ ଥିବାରୁ ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ରୀତିନୀତି, ବିଶ୍ବାସ, ପରମ୍ପରାର ପୂଜା ଚାଲିଥିବା ବେଳେ ହଠାତ ବିଧାୟକ ରମେଶ ସାଏଙ୍କ ଆଚରଣ ଉଚ୍ଚାରଣରେ ଘଟିଲା ପରିବର୍ତ୍ତନ । ବିଧାୟକ ଥରି ଉଠିବା ସହ ଦୋହଲିଥିଲେ ଏହାସହ ଖଣ୍ଡାଧରି ନୃତ୍ୟ କରିବା ଆରମ୍ଭ କଲେ । ବିଧାୟକଙ୍କ ଏଭଳି ଆଚରଣ ଦେଖି ଲୋକେ ମଧ୍ୟ ବିଧାୟକଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟା, ଘଣ୍ଟି, ମନ୍ତ୍ର ଉଚ୍ଚାରଣ କରିବାରେ ଲାଗିଲେ । ଲୋକେ ବିଶ୍ବାସ କଲେ ବିଧାୟକଙ୍କ ଦେହରେ କାଳିସୀ ଲାଗିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ସତରେ କଣ ବିଧାୟକଙ୍କ ଦେହରେ କାଳିସୀ ଲାଗିଥିଲା । ନା ଏହା ବିଧାୟକ ଲୋକ ସଂପର୍କ ପାଇଁ ଗୋଟିଏ ସୁ-ଚିନ୍ତିତ ଯୋଜନା କରିଥିଲେ ? ନା ସତରେ କାଳିସୀ ଆସିଥିଲେ ? ଜଣେ ବିଧାୟକ ହୋଇ ଅନ୍ଧବିଶ୍ବାସକୁ ପ୍ରୋତ୍ସାହିତ କରୁଛନ୍ତି କି? ଲୋକ ପ୍ରତିନିଧି ଭାବେ ବିଧାୟକଙ୍କ ଦାୟିତ୍ବ କଣ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେବା କି? କେତେ ଦୂର ଏହା ଠିକ? ଏହାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ଦେଉଥିବା ବେଳେ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details