ଓଡିଶା

odisha

ETV Bharat / city

ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କଲା କେନ୍ଦ୍ର, ଚାଷୀଙ୍କୁ ଯୋଗାଇବ ପର୍ଯ୍ୟାପ୍ତ ୟୁରିଆ

ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଚଳିତ ଖରିଫ ଋତୁରେ ଓଡିଶାର ଚାଷୀଙ୍କୁ ଅଧିକ ୟୁରିଆ ଯୋଗାଣ ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କଲା କେନ୍ଦ୍ର, ଚାଷୀଙ୍କୁ ଯୋଗାଇବ ପର୍ଯ୍ୟାପ୍ତ ୟୁରିଆ
ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କଲା କେନ୍ଦ୍ର, ଚାଷୀଙ୍କୁ ଯୋଗାଇବ ପର୍ଯ୍ୟାପ୍ତ ୟୁରିଆ

By

Published : Aug 21, 2020, 5:18 PM IST

ଭୁବନେଶ୍ବର: ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ଅନୁରୋଧ ରକ୍ଷା କରିଛନ୍ତି କେନ୍ଦ୍ର ସରକାର । ଏସମ୍ପର୍କରେ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ମନସୁଖଭାଇ ମାଣ୍ଡଭିୟଙ୍କ ସହ ଆଲୋଚନା କରିଥିଲେ । ତେବେ ମନ୍ତ୍ରୀ ଚଳିତ ଖରିଫ ଋତୁରେ ଓଡିଶାର ଚାଷୀଙ୍କୁ ଅଧିକ ୟୁରିଆ ଯୋଗାଣ ପାଇଁ ପ୍ରତିଶୃତି ଦେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମନ୍ତ୍ରୀ ଡଃ ସାହୁ ଅଗଷ୍ଟ ମାସରେ ବାକି ଥିବା ୟୁରିଆ ସାର ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଜୁଲାଇ ଦ୍ବିତୀୟ ସପ୍ତାହଠାରୁ ସେପେଫମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ । ଖରିଫ‌ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ ।

ଭାରତର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନାହିଁ । ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ । ୨୦୨୦ ଜୁନ‌ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ‌ ଟନ‌ ଥିବାବେଳେ ୫୬ ହଜାର ୨୨୮ ମେଟ୍ରିକ‌ ଟନ ସାର ଯୋଗାଣ ହୋଇଥିଲା, ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟ୍ରିକ ଟନ‌ କମ‌ ଥିଲା ।

ABOUT THE AUTHOR

...view details