ଭୁବନେଶ୍ବର:ଆଜି ଠାରୁ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ଏଥିପାଇଁ ପାଖାପାଖି 30 ପ୍ଲାଟୁନ ପୋଲିସ ଫୋର୍ସ ଏବଂ 60ରୁ ଅଧିକ ଅଫିସରଙ୍କୁ ନିଯୁକ୍ତି କରାଯାଇଛି।
ମନ୍ତ୍ରୀ ବିଧାୟକ କିପରି ସୁଚାରୁ ରୂପେ ଯିବା ଆସିବା କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯଦି କିଏ ଆଇନ ଉଲ୍ଲଘଂନ କରିବାକୁ ଚେଷ୍ଟା କରନ୍ତି ତାଙ୍କ ବିରୋଧରେ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।