ଓଡିଶା

odisha

By

Published : Nov 18, 2019, 1:43 PM IST

Updated : Nov 18, 2019, 2:50 PM IST

ETV Bharat / city

ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଗୃହରେ କଂଗ୍ରେସ ବିଧାୟକଅଙ୍କ ହଟୋଗୋଳ । ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଦିନ 3ଟା ପର୍ଯ୍ୟନ୍ତ୍ୟ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ପଞ୍ଚମ ଦିନ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । କିଛି ସମୟ ଗୃହ ଚାଲିବା ପରେ କଂଗ୍ରେସ ବିଧାୟକମାନେ ଗୃହରେ ହଟୋଗୋଳ କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ 3 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଗୃହରେ କଂଗ୍ରେସ ବିଧାୟକଅଙ୍କ ହଟୋଗୋଳ ।

ଅନ୍ୟପଟେ ଅଧିବେଶନ ଆରମ୍ଭର ଦୁଇଦିନ ପରେ ବିରୋଧି ଦଳ ବିଜେପିର ବିଧାୟକମାନେ ପ୍ରଥମେ ଗୃହରେ ନିଜନିଜ ସ୍ଥାନରେ ଠିଆହୋଇ କାନ୍ଧରେ କଳା ଗାମୁଛା ଓ ମୁହଁରେ ପଟି ବାନ୍ଧି ଅଭିନବ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଜେପିର ଅଭିଯୋଗ ହେଲା, ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ବିଜେପିର ମୋସନ୍ ଉପରେ ଆଲୋଚନା କରାଗଲା ନାହିଁ। ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ସରକାର ଶୁଣୁ ନାହାନ୍ତି। ଏହି ବିଷୟରେ ପ୍ରତିବାଦ କରି, ଶେଷରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ବିଧାନସଭାରୁ ଚାଲିଚାଲି ରାଜଭବନ ଅଭିମୁଖେ ଯାଇଛନ୍ତି ବିଜେପିର ସମସ୍ତ ବିଧାୟକ।



ବିଧାନସଭାର ଶୀତକାଳୀନ ଅଧିବେଶନ 13ରୁ ଆରମ୍ଭ ହୋଇଛି। ଏହି ଅଧିବେଶନ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ 30ଟି କାର୍ଯ୍ୟଦିବସ(25ସରକାରୀ, 5ଟି ବେସରକାରୀ) ରହିଥିବାବେଳେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ଏହା ଉପରେ ଆଲୋଚନା ପ୍ରସ୍ତାବ ରହିଥିଲେ ମଧ୍ୟ ବିରୋଧୀଙ୍କ ବିରୋଧ ଯୋଗୁଁ ସମ୍ଭବ ହୋଇନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 18, 2019, 2:50 PM IST

ABOUT THE AUTHOR

...view details