ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ହେବ ନବକଳେବର । ଅନେକ ଦିନରୁ ଭଗ୍ନ ଅବସ୍ଥାରେ ପଡି ରହିଥିବାବାରୁ ଶ୍ରୀମନ୍ଦିର ଢାଞ୍ଚାରେ ମନ୍ଦିରର ପୁନଃନିର୍ମାଣ ପାଇଁ ତତ୍ପରତା ଦେଖାଇଛି ପ୍ରତ୍ନତତ୍ତ୍ବ ବିଭାଗ । ଏନେଇ ପ୍ରତ୍ନତାତ୍ତ୍ବିକ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ମନ୍ଦିର ପରିଦର୍ଶନ କରି ଯାଞ୍ଚ କରିଛି ।
ଏହିସମୟରେ ମନ୍ଦିର ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ରୂପା କବାଟ ପାଇଁ ଏଏସଆଇ ଅଧ୍ୟୀକ୍ଷକଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଅନୁଧ୍ୟାନ କରାଯାଉଛି ବୋଲି ଏଏସଆଇ ଅଧ୍ୟୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି । ପୂର୍ବରୁ ଏକ ବୈଠକରେ ଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା । କାରଣ ୨୦୦୯ ଫନି ପରଠୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରା ଭାଙ୍ଗିଯାଇଥିବାରୁ ଦୀର୍ଘଦିନ ଧରି ସେବାୟତ ଏହାକୁ ମରାମତି ପାଇଁ ଦାବି କରିଆସୁଛନ୍ତି । ତେବେ ଖାଲି ମୁଖଶାଳା ମନ୍ଦିର ନୁହେଁ ଭିତରର ଅନେକ ସ୍ଥାନରେ ବର୍ଷା ପାଣି ପଡି ନଷ୍ଟହୋଇ ଥିବାବେଳେ ଏହାର ମରାମତି ଓ ଶିବଙ୍କ ଶକ୍ତି ଚାରିପାଖରେ ଲୁହାର ବାଡ ଲଗାଯିବା ଉପରେ ଆଲୋଚନା ହୋଇଥିଲା ।