ଓଡିଶା

odisha

ETV Bharat / city

ସରକାରଙ୍କ ନିକଟରେ ୮ ଦଫା ଦାବି ରଖିଲେ ଆଶାକର୍ମୀ

ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ଅନୁବନ୍ଧିତ ଅଲ ଓଡ଼ିଶା ଆଶାକର୍ମୀ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ସାଂସଦ ସୁବାସ ସିଂ, ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଯୋଗଦେଇ କୋରୋନା ମୁକାବିଲାରେ ଆଶାକର୍ମୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ସରକାରଙ୍କୁ ୮ ଦଫା ଦାବି ରଖିଲେ ଆଶାକର୍ମୀ
ସରକାରଙ୍କୁ ୮ ଦଫା ଦାବି ରଖିଲେ ଆଶାକର୍ମୀ

By

Published : Mar 6, 2021, 3:38 PM IST

ଭୁବନେଶ୍ବର: ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ଅନୁବନ୍ଧିତ ଅଲ ଓଡ଼ିଶା ଆଶାକର୍ମୀ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ସାଂସଦ ସୁବାସ ସିଂ, ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଯୋଗଦେଇ କୋରୋନା ମୁକାବିଲାରେ ଆଶାକର୍ମୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭରଚୁଆଲରେ ରହି ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଆଶକର୍ମୀ ସାମୁଖ୍ୟ ପକ୍ଷରୁ ସରକାରଙ୍କ ପାଖରେ 8ଦଫା ଦାବି ରଖିଛିନ୍ତି।

ସରକାରଙ୍କୁ ୮ ଦଫା ଦାବି ରଖିଲେ ଆଶାକର୍ମୀ

ଏହି 8 ଦଫା ମଧ୍ୟରେ ଆଶକର୍ମୀମାନଙ୍କୁ ଯୋଗ୍ୟତା ଦକ୍ଷତା ଓ ଅଭିଜ୍ଞତା ଭିତ୍ତିରେ ସରକାରୀ ପରିସର ଭୁକ୍ତ କରଯାଉ, ଏଏନଏମ ସମ୍ବନ୍ଧୀୟ ଶିକ୍ଷା ଓ ପ୍ରଶିକ୍ଷଣ ଦିଆଯାଇ ସ୍ଥାୟୀ ନିଯୁକ୍ତି ଦିଆଯାଉ, କେନ୍ଦ୍ର ଓ ରାଜ୍ୟ ସରକାର ମାସିକ ପ୍ରୋତ୍ସାହନ ରାଶି ଓ ସ୍ମାର୍ଟ ଫୋନ ପ୍ରଦାନ କରନ୍ତୁ, ସର୍ବ ନିମ୍ନ ମଜୁରୀ ବୃଦ୍ଧି କରି ମାସିକ 10ହଜାର ଟଙ୍କା ଧାର୍ଯ୍ୟ କରଯାଉ ।

ସରକାରଙ୍କୁ ୮ ଦଫା ଦାବି ରଖିଲେ ଆଶାକର୍ମୀ

ଏପରିକି ଆଶକର୍ମୀମାନଙ୍କୁ ଇପିଏଫ ଓ ଇଏସଆଇ ଯୋଜନାର ଅନ୍ତର୍ଭୁକ୍ତ କରଯାଉ, ଦୁର୍ଘଟଣାଜନିତ ମୃତ୍ୟୁ ହେଲେ 5 ଲକ୍ଷ ଟଙ୍କାର ଅନୁକମ୍ପା ଜନିତ ବିମା ରାଶିର ବ୍ୟବସ୍ଥା କରାଯାଉ, ଅବସରକାଳୀନ ଆର୍ଥିକ ସହାୟତା 2 ଲକ୍ଷ ପ୍ରଦାନ କରାଯାଉ ଏବଂ ବିଭିନ୍ନ ସ୍କିମରେ ଦିଆଯାଉଥିବା ପ୍ରୋତ୍ସାହନା ରାଶି ଦୁଇ ଗୁଣିତ କରାଇବା ଆଦି ଦାବିକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି ।



ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details