ଓଡିଶା

odisha

By

Published : Mar 14, 2022, 10:47 PM IST

ETV Bharat / city

ଅସନ୍ତୁଷ୍ଟ ହେବେନି ଅଡୁଆ, NAC ଓ ପୌରରେ ବି ହେବେ ବିଜେଡିର ଚେୟାରମ୍ୟାନ

ପୌର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା । ଆସନ୍ତାକାଲିଠୁ ଆରମ୍ଭ ହେବ ଅସଲ ଲଢେଇ । ଅସନ୍ତୁଷ୍ଟଙ୍କୁ ବୁଝାଇ ଅବା ଅସନ୍ତୋଷକୁ ଦମନ କରିଛି ବିଜେଡି । ଅଧିକ ପଢ଼ନ୍ତୁ

ଅସନ୍ତୁଷ୍ଟ ହେବେନି ଅଡୁଆ, ଏନଏସି ଓ ପୌରରେ ବି ହେବେ ବିଜେଡିର ଚ୍ୟାରମ୍ୟାନ: BJD
ଅସନ୍ତୁଷ୍ଟ ହେବେନି ଅଡୁଆ, ଏନଏସି ଓ ପୌରରେ ବି ହେବେ ବିଜେଡିର ଚ୍ୟାରମ୍ୟାନ: BJD

ଭୁବନେଶ୍ବର:ପୌର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା । ଆସନ୍ତାକାଲି(ମଙ୍ଗଳାବର)ଠୁ ଆରମ୍ଭ ହେବ ଅସଲ ଲଢେଇ । ଅସନ୍ତୁଷ୍ଟଙ୍କୁ ବୁଝାଇ ଅବା ଅସନ୍ତୋଷକୁ ଦମନ କରିଛି ବିଜେଡି । ଦଳରେ ଅସନ୍ତୋଷ ଆଉ ନଥିବା ଦଳୀୟ ନେତା କହୁଛନ୍ତି । ଏହାସହ ଏନଏସି ଓ ମୁନିସିପାଲିଟିରେ ବି ବିଜେଡି ଚେଆରମ୍ୟାନ ଗଢ଼ିବ ବୋଲି ଦାବି କରିଛି ବିଜେଡି ।

ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ 44 ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଏହା ପୂର୍ବରୁ ମଧ୍ୟ 8 ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ମୋଟ 52 ଜଣ ନାମଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ପ୍ରତ୍ୟାହାର କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ବିଜେଡିର ଅସନ୍ତୁଷ୍ଟ ବୋଲି ଜଣାପଡିଛି ।

ଅସନ୍ତୁଷ୍ଟ ହେବେନି ଅଡୁଆ, ଏନଏସି ଓ ପୌରରେ ବି ହେବେ ବିଜେଡିର ଚ୍ୟାରମ୍ୟାନ: BJD



ଦଳ ପକ୍ଷରୁ ଜୋର ଜବରଦସ୍ତ ସେମାନଙ୍କୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେପଟେ ବିଜେଡି କହିଛି ଯେ, ଜିଲ୍ଲା ପରିଷଦ ନିର୍ବାଚନରେ ଯେପରି ୩୦ ରୁ ୩୦ ସ୍ଥାନରେ ଦଳ ଜିଲ୍ଲା ପରିଷଦ ଗଢ଼ିଛି । ଆଗକୁ ଏନଏସି ଓ ମ୍ୟୁନିସିପାଲିଟିରେ ବି ଦଳ ସବୁଠି ଚେୟାରମ୍ୟାନ ଗଢ଼ିବ । ଦଳ ପାଇଁ କିଛି ଅଡୁଆ ହେବନି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details