ଭୁବନେଶ୍ବର: କୃଷି ଆମ ଅର୍ଥିନୀତିର ମେରୁଦଣ୍ଡ । ତେଣୁ କୃଷିର ବିକାଶ ପାଇଁ କୃଷକଙ୍କ ନିକଟରେ ପହଞ୍ଚିବା ସହିତ ନୂଆ ଟେକ୍ନୋଲୋଜିର କିପରି ପ୍ରୟୋଗ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କ ପରାମର୍ଶ ଦେଇଛନ୍ତି କୃଷୀ ମନ୍ତ୍ରୀ ଅରୁଣ ସାହୁ ।
ସ୍ଥାନୀୟ କୃଷି ଭବନରେ ଆୟୋଜିତ 2 ଦିନିଆ ପ୍ରାକ ରବି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅରୁଣ । ବିଭାଗୀୟ ଜିଲ୍ଲା କୃଷି ଅଧିକାରୀ, ସଚିବ ଓ ବିଭାଗୀୟ ବିଶେଷଜ୍ଞମାନଙ୍କୁ କିପରି ପାରମ୍ପାରିକ ପଦ୍ଧତି ଛଡା ନୂଆ ନୂଆ ବୈଜ୍ଞାନିକ ପଦ୍ଧତିକୁ କୃଷି କ୍ଷେତ୍ରରେ ବିନିଯୋଗ କରିପାରିବେ, ଚାଷୀଙ୍କୁ ଉଚିତ ବଜାର ଯୋଗାଇ ଦେବା ଓ ରୋଗ ପୋକ ନିୟନ୍ତ୍ରଣ ପାଇଁ ସଠିକ୍ ସମୟରେ ପରାମର୍ଶ ଦେବା କ୍ଷେତ୍ରରେ ଉପର ସ୍ତରରୁ ଆରମ୍ଭ କରି ତଳ ସ୍ତରର କର୍ମଚାରୀମାନେ ସହଯୋଗ କରିବାକୁ ସେ କହିଛନ୍ତି ।
ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ '5ଟି' ଯୋଜନାକୁ ନିଜ ବିଭାଗରେ ଅଧିକ ମାତ୍ରରେ ଅନୁପାଳନ କରିବା ସହ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ କହିଛନ୍ତି । ନଚେତ ଆସନ୍ତା 1 ତାରିଖ ଠାରୁ ବିଭାଗରେ କାର୍ଯ୍ୟକାରୀ ହେବକୁ ଯାଉଥିବା 'ମୋ ସରକାର' ଖଣ୍ଡା କାହା ଉପରେ ପଡିବ କେହି କହି ପାରିବେନି ବୋଲି ସେ ଚେତାବନୀ ଦେଇଛନ୍ତି ।