ଓଡିଶା

odisha

ETV Bharat / city

ଆରମ୍ଭ ହେଲା ତିନିଦିନିଆ ଅର୍ଥୋଡେଣ୍ଟିକ କନଫରେନ୍ସ

ଆରମ୍ଭ ହୋଇଛି ୫୪ ତମ ଅର୍ଥୋଡେଣ୍ଟିକ କନଫରେନ୍ସ । ଏହି କନଫରେନ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 3 ଦିନ ଧରି ସୋଆ ଅଡିଟୋରିୟମରେ ଚାଲିବ ଏହି କନଫରେନ୍ସ । ଅଧିକ ଖବର ପାଇଁ ପଢନ୍ତୁ...

By

Published : Nov 23, 2019, 1:07 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଛି ୫୪ ତମ ଅର୍ଥୋଡେଣ୍ଟିକ କନଫରେନ୍ସ । ଏହି କନଫରେନ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନକୁ ଦିନଦେଶ ତଥା ରାଜ୍ୟରେ ଦାନ୍ତ ରୋଗ ବଢିଚାଲିଛି । ତମ୍ବାଖୁ ଓ ଜଙ୍କ୍ ଫୁଡ଼ ଦାନ୍ତ ରୋଗର ପ୍ରମୁଖ କାରଣ ସାଜିଛି । ଦାନ୍ତ ରୋଗର ନିରାକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

3 ଦିନ ଧରି ସୋଆ ଅଡିଟୋରିୟମରେ ଚାଲିବ ଏହି କନଫରେନ୍ସ । ଏଥିରେ ଯୋଗ ଦେବେ ଦେଶ ବିଦେଶର ବହୁ ଦାନ୍ତ ବିଶେଷଜ୍ଞ । ଇନଭେଟ, ଇଣ୍ଟୋରଗେଟ ଓ ଆକଚୁଏଟ ଥିମକୁ ନେଇ ଆରମ୍ଭ ହୋଇଛି ଏହି ସମ୍ମିଳନୀ ।

ଚିକିତ୍ସାରେ ଦାନ୍ତ ରୋଗର ନୂତନ ଟେକ୍ନୋଲୋଜି ଉପରେ ଆଲୋଚନା କରାଯିବ । ତିନି ଦିନ ଭିତରେ ଯେଉଁ ନିଷ୍କର୍ସ ବାହାରିବ, ତାହା ଆଗାମୀ ଦିନରେ ଦନ୍ତ ଚିକିତ୍ସା ଉପରେ ବେଶ ସହାୟକ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details