ଭୁବନେଶ୍ବର: ଗଲୱାନ ଘାଟିରେ ଚୀନ ସେନାଙ୍କ ଆକ୍ରମଣରେ 20ଜଣ ଭାରତୀୟ ସେନା ଶହିଦ ହୋଇଛନ୍ତି । ସବୁଠି ଶହୀଦଙ୍କ ପ୍ରତି ସମବେଦନା ପ୍ରକାଶ ପାଇଛି । ଚୀନର ଏଭଳି ମନୋଭାବର ଦୃଢ଼ ଦମନ ସହ ଭାରତୀୟ ସେନାକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦେଶରେ ଜନମତ ସୃଷ୍ଟି ହେବାର ଲାଗିଛି ।
ଶୁକ୍ରବାର ଏନେଇ ମାଷ୍ଟରକ୍ୟାଣ୍ଟିନ ଛକରେ ଭଗତ ସିଂ ଯୁବ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇ ଦେଶର ଯବାନ ମାନଙ୍କ ମନୋବଳ ବୃଦ୍ଧି କରାଯାଇଛି । ଏହା ସହିତ ଚୀନର ଭାରତ ବିରୋଧୀ ଆଭିମୁଖ୍ୟକୁ ନିନ୍ଦା କରାଯିବା ସହ ତା'କୁ ସାରା ବିଶ୍ବରେ ବାସନ୍ଦ କରାଯିବାକୁ ସଂଗଠନ ପକ୍ଷରୁ ଚାରିଆଡୁ ଚାପ ପକାଯିବା ଉଚିତ ବୋଲି କୁହାଯାଇଛି ।