ଓଡିଶା

odisha

ETV Bharat / city

ପତ୍ନୀକୁ ନିର୍ଯାତନା ପଡିଲା ମହଙ୍ଗା, ଝାରପଡା ଜେଲ ଗଲେ ଆର୍ମି ମେଜର

By

Published : Jan 2, 2021, 12:37 PM IST

Updated : Jan 2, 2021, 7:51 PM IST

ପତ୍ନୀକୁ ନିର୍ଯାତନା ଘଟଣା, ଝାରପଡା ଜେଲ ଗଲେ ଆର୍ମି ମେଜର
ପତ୍ନୀକୁ ନିର୍ଯାତନା ଘଟଣା, ଝାରପଡା ଜେଲ ଗଲେ ଆର୍ମି ମେଜର

12:31 January 02

ପତ୍ନୀକୁ ନିର୍ଯାତନା ଘଟଣା, ଝାରପଡା ଜେଲ ଗଲେ ଆର୍ମି ମେଜର

ପତ୍ନୀକୁ ନିର୍ଯାତନା ଘଟଣା, ଝାରପଡା ଜେଲ ଗଲେ ଆର୍ମି ମେଜର

ଭୁବନେଶ୍ବର: ପତ୍ନୀକୁ ନିର୍ଯାତନା ଦେବା ମାମଲାରେ ରାୟ ଶୁଣାଇଛନ୍ତି ଏସଡିଜେଏମ କୋର୍ଟ । ବେଲ ବଦଳରେ ଜେଲ ହାଜତକୁ ପଠାଇବାକୁ ଦେଇଛନ୍ତି ନିର୍ଦ୍ଦେଶ। ଜୁଡିସିଆଲ ରିମାଣ୍ଡରେ ଝାରପଡା ଜେଲ ଯାଇଛନ୍ତି ଆର୍ମି ମେଜର।

ତେବେ ଗତ ୮ ଅକ୍ଟୋବରରେ ଗିରଫ ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ସେତେବେଳେ ତାଙ୍କୁ ଆର୍ମି ହେପାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ରାୟ ବିରୋଧରେ ଜିଲ୍ଲା କୋର୍ଟକୁ ଯାଇଥିଲେ ପତ୍ନୀ ତେଜସ୍ମିତା ମହାପାତ୍ର । ପରେ ତାଙ୍କୁ ନ୍ଯାୟିକ ହେପାଜତକୁ ପଠାଯାଉ ବୋଲି କୋର୍ଟ କହିଥିଲେ ।

ଯାହାକୁ ଚ୍ଯାଲେଞ୍ଜ କରି ମେଜର ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟକୁ ଯାଇଥିଲେ । ସେଠାରେ ମଧ୍ଯ କୋର୍ଟ ତଳ କୋର୍ଟ ଦେଇଥିବା ରାୟ କାଏମ ରହିଥିଲା । ଯାହାକୁ ଆଧାର କରି ଆଜି କୋର୍ଟରେ ହାଜର ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଏସଡିଜେଏମ କୋର୍ଟ ରାୟ ଦେଇଛନ୍ତି । ସେ ୧୭ ସିଖଲାଇ ଦିଲ୍ଲି ରେଜିମେଣ୍ଟରେ ମେଜର ଅଛନ୍ତି ।

ତେବେ ମେଜରଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ମହିଳା ଥାନାରେ ଅଭିଯୋଗକୁ ଭିର୍ତ୍ତି କରି ଆର୍ମି ମେଜର ସୌମ୍ୟ ରଞ୍ଜନ ପତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିସନରେଟ ପୋଲିସ । ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗରେ ଦଫା ୩୦୭ ଓ ୪୯୮ ରେ କୋର୍ଟ ଚାଲାଣ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 2, 2021, 7:51 PM IST

ABOUT THE AUTHOR

...view details