ଓଡିଶା

odisha

ETV Bharat / city

ଆସନ୍ତାକାଲିଠୁ ସ୍ବତନ୍ତ୍ର OJEE ଆବେଦନ ଆରମ୍ଭ

B.Tech ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ହେବ ସ୍ବତନ୍ତ୍ର ଓଜେଇଇ । ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଅଧିକ ପଢନ୍ତୁ...

By

Published : Jul 22, 2021, 7:57 PM IST

ଆସନ୍ତାକାଲିଠୁ ସ୍ବତନ୍ତ୍ର OJEE ଆବେଦନ ଆରମ୍ଭ
ଆସନ୍ତାକାଲିଠୁ ସ୍ବତନ୍ତ୍ର OJEE ଆବେଦନ ଆରମ୍ଭ

ଭୁବନେଶ୍ବର: B.Tech ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ହେବ ସ୍ବତନ୍ତ୍ର ଓଜେଇଇ । ଏନେଇ ଆସନ୍ତାକାଲି (ଶୁକ୍ରବାର) ଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଆସନ୍ତାକାଲିଠୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । 12 ଅଗଷ୍ଟ ପର୍ଯ୍ୟନ୍ତ ପରିକ୍ଷା ଫି ଦାଖଲ କରିହେବ । ojee.nic.in ରେ ଆବେଦନ କରିବାକୁ ପରାମର୍ଶ ।

ଆସନ୍ତାକାଲିଠୁ ସ୍ବତନ୍ତ୍ର OJEE ଆବେଦନ ଆରମ୍ଭ

ପ୍ରଥମ ପର୍ଯ୍ୟାୟ OJEE କାଉନସେଲିଂ ପରେ ରହିଥିବା ଖାଲି ସିଟ୍ ପାଇଁ ଓଡିଶାର ସମସ୍ତ ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ପ୍ରଥମବର୍ଷ ବିଟେକ୍ ସିଟଗୁଡିକ ପୂରଣ ପାଇଁ ସ୍ବତନ୍ତ୍ର ଓଜେଇ କରାଯାଇଥାଏ । ଯେଉଁମାନେ କୌଣସି କାରଣରୁ ଜେଇଇ (ମେନ୍)-2021 ପରୀକ୍ଷା ଦେଇ ପାରିନାହାଁନ୍ତି ସେମାନେ ଏହି ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ କରିବେ । ଅନଲାଇନ୍ ଆବେଦନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ସର୍ତ୍ତାବଳୀ ୱେବସାଇଟ୍ www.ojee.nic.in ରେ ଉପଲବ୍ଧ ରହିଛି ।

ଗତବର୍ଷ କୋଭିଡ ମହାମାରୀ ଯୋଗୁଁ ସ୍ବତନ୍ତ୍ର ଓଜେଇଇ ହୋଇପାରିନଥିଲା । ହେଲେ ଚଳିତ ବର୍ଷ ମହାମାରୀ ପ୍ରଭାବ ସତ୍ତ୍ବେ ମଧ୍ୟ ଏହାକୁ ଆୟୋଜନ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details