ଭୁବନେଶ୍ବର: ରାଜଧାନୀର ବିପର୍ଯ୍ୟସ୍ତ ଡ୍ରେନେଜ ସମସ୍ୟା ଏବଂ ସ୍ଥାନୀୟ ଜଳବନ୍ଦୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସେ ।
ରାଜଧାନୀ ଡ୍ରେନେଜ ସମସ୍ଯା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି - bbsr drainage problem
ଭୁବନେଶ୍ବରର ବିପର୍ଯ୍ୟସ୍ତ ଡ୍ରେନେଜ ସମସ୍ୟା ଏବଂ ସ୍ଥାନୀୟ ଜଳବନ୍ଦୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠି । ଅଧିକ ଖବର ପଢନ୍ତୁ...
ରାଜଧାନୀର ଡ୍ରେନେଜ ସମସ୍ଯା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତଙ୍କ ଚିଠି
ଏପରିକି ନିକଟରେ ଭୁବନେଶ୍ବର ଆସିଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି କିପରି ଅସନ୍ତୋଷ ପ୍ରକାଶ କରିଥିଲା ଆଉ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିଲା ସେନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ଅବସରରେ ଡ୍ରେନେଜ ସମସ୍ୟା ସମାଧାନ ପାଇଁ କୌଣସି ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ନଥାଇ କିପରି କରଦାତା ମାନଙ୍କ ଅର୍ଥରାଶି ଦୁରୁପଯୋଗ ହେଉଛି ତାହା ମଧ୍ୟ୍ୟ ଉପସ୍ଥାପନା କରିଛନ୍ତି ସାଂସଦ ଷଡଙ୍ଗୀ l
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ