ଭୁବନେଶ୍ବର: ପୁଣି ଥରେ ଟିକାକରଣ ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି କେନ୍ଦ୍ର ସରକାର। ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ଟିକାକରଣରୁ ବାଦ ନ ପଡନ୍ତି, ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।
ଯେଉଁଥିପାଇଁ ପୁଣି ଥରେ କ୍ଷେତ୍ର ଅଞ୍ଚଳ ପରିଦର୍ଶନ କରି ବାଦ ପଡିଥିବା ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ସଚିବ, ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖିଛନ୍ତି।