ମହିଳା କମିଶନଙ୍କ ନିକଟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଖୁବ ଶୀଘ୍ର ହେବ ସମାଧାନ ହେବ ବୋଲି ମହିଳା କମିଶନ କହିଛନ୍ତି । ବର୍ଷା-ଅନୁଭବ ବିବାଦ ଘଟଣା ରେ ମହିଳା କମିଶନ ନିକଟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏନେଇ ସାଂସଦ ଅନୁଭବ କୌଣସି ପ୍ରତିକ୍ରିୟା ନଦେଇ ସାମ୍ବାଦିକଙ୍କୁ ବହୁତ୍ ଭଲ ପାଉଥିବା କଥା କହିଥିଲେ । ଏପେଟେ ମହିଳା କମିଶନ ମିନତୀ ବେହେରା କହିଛନ୍ତି ଯେ ଖୁବ ଶୀଘ୍ର ସମାଧାନ ହେବ। ଏହି ଆଲୋଚନା ପ୍ରଥମ ରହିଥିବା ବେଳେ ଆଗାମୀ ଦିନରେ ଏକ ନୂଆ ଆଲୋକ ଦେଖାଇବ ବୋଲି ଆଶା ରହିଛି ବୋଲି କହିଛନ୍ତି ।
ମହିଳା କମିଶନରେ ହାଜର ହେଲେ ଅନୁଭବ, ଅଧ୍ୟକ୍ଷା କହିଲେ ଆଲୋଚନା ଦେଖାଇବ ନୂଆ ଆଲୋକ - ମହିଳା କମିଶନ
18:56 December 29
‘ଆଲୋଚନା ନୂଆ ଆଶାର ଆଲୋକ ଦେଖାଇବ’
15:01 December 29
ମହିଳା କମିଶନରେ ହାଜର ହେଲେ ଅନୁଭବ ମହାନ୍ତି
ଭୁବନେଶ୍ବର:ଅନୁଭବ-ବର୍ଷା ଘରୋଇ କଳି ମାମଲା । ମହିଳା କମିଶନରେ ହାଜର ହେଲେ ସାଂସଦ ଅନୁଭବ । କିଛି ସମୟ ପୂର୍ବରୁ ପତ୍ନୀ ବର୍ଷା କମିଶନ ଆଗରେ ହାଜର ହୋଇଥିଲେ । ଅନୁଭବ ଓ ତାଙ୍କ ପିତା-ମାତାଙ୍କୁ ହାଜର ହେବାକୁ ହୋଇଥିଲା ନୋଟିସ୍ । ଅନ୍ୟପକ୍ଷେ ସ୍ତ୍ରୀ ପାଇଁ ମହିଳା କମିଶନରେ ହାଜର ହେଲି ବୋଲି ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ।
ସୂଚନାଯୋଗ୍ୟ, ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ଅନୁଭବ ଓ ତାଙ୍କ ବାପା ମାଆଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ଆଜି ଦିନ 11ଟାରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା/ବିକାଶ ଦାସ, ଇଟିଭି ଭାତଚ