ଭୁବନେଶ୍ବର: କଟକ ଜିଲ୍ଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ସଂକ୍ରମଣ ହେବାର ଦେଖାଯାଉଛି। କଟକ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2910 ରହିଥିବା ବେଳେ ଗ୍ରାମାଞ୍ଚଳରେ 1364 ଚିହ୍ନଟ ହୋଇଥିବା ବେଳେ ସହରାଞ୍ଚଳରେ 1546 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗ୍ରାମାଞ୍ଚଳରେ ସକ୍ରିୟ ଅଛନ୍ତି 216 । ସେପଟେ ସହରାଞ୍ଚଳରେ 773 ସକ୍ରିୟ ରହିଛନ୍ତି ।
ଜିଲ୍ଲା ରେ ମୋଟ୍ ସକ୍ରିୟ ମାମଲା ରହିଛି 989 । ଗ୍ରାମାଞ୍ଚଳରେ ରହିଥିବା ନରସିଂହପୁର, ଆଠଗଡ ,ବଡମ୍ବା ଅଞ୍ଚଳରେ ଅଧିକ ସଂକ୍ରମିତ ହୋଇଛି। ସେହିପରି ଭାବରେ ସହରାଞ୍ଚଳରେ ମାଲଗୋଦାମ ଅଞ୍ଚଳରେ ଅଧିକ ସଂକ୍ରମଣ ହେଉଥିବାର ଦେଖାଯାଉଛି। କଟକ ଜିଲ୍ଲାରେ ଟେଷ୍ଟ ଟ୍ରେନିଂ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।
ଏସସିବିରେ ରେ 1 ଲକ୍ଷ 20 ହଜାର ଟେଷ୍ଟ କରାଯାଇଛି । 18 ଟି ଜିଲ୍ଲାର ସ୍ବାବ ଟେଷ୍ଟ ହେଉଛି ଏସସିବିରେ। କଟକ ଜିଲ୍ଲାରେ 301 ଜଣ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । 69 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ । ଅନ୍ୟ ମାନେ ସମସ୍ତେ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ହେଉଛନ୍ତି ଡାକ୍ତର 19 ଜଣ, ଷ୍ଟାପ ନର୍ସ 36 ଜଣ, ଆଶା କର୍ମୀ 3 ଜଣ, ପୋଲିସ ଟ୍ରାଫିକ ପୋଲିସ, ଏନଡ଼ିଆରଏଫ 129 ଜଣ ଓ ଅନ୍ୟ କୋଭିଡ ଯୋଦ୍ଧା 104 ଜଣ ସଂକ୍ରମିତ ହୋଇଛନ୍ତି।