ଓଡିଶା

odisha

ETV Bharat / city

ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୧ରୁ ବର୍ଷା ସମ୍ଭାବନା - Bay Of Bengal

୧୧ ସେପ୍ଟେମ୍ବରରେ ଉତ୍ତର ବଙ୍ଗୋପସାଗର ଓ ତତ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସପ୍ତମ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୧ରୁ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୧ରୁ ବର୍ଷା ସମ୍ଭାବନା

By

Published : Sep 9, 2021, 7:40 PM IST

ଭୁବନେଶ୍ବର: ପୁଣି ଦାନା ବାନ୍ଧୁଛି ଲଘୁଚାପ । ୧୧ ସେପ୍ଟମ୍ବରରେ ଉତ୍ତର ବଙ୍ଗୋପସାଗର ଓ ତତ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସପ୍ତମ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ପୂର୍ବାନୁମାନ ରହିଛି । ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୧ରୁ ୧୩ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତର ଓଡିଶାର ଉପକୂଳବର୍ତ୍ତୀ, ଆଭ୍ୟନ୍ତରୀଣ ତଥା ଦକ୍ଷିଣ ଓଡିଶାରର କିଛି ଜିଲ୍ଲାରେ ୧୧ରୁ ୧୩ ଯାଏଁ ଚେତାବନୀ ଜାରି କରାଯାଇଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡିଶା ଉପକୂଳ, ପଶ୍ଚିମ-କେନ୍ଦ୍ରୀୟ ତତ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ ପବନ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ସହିତ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିବ ।

ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳ, ପଶ୍ଚିମ-କେନ୍ଦ୍ରୀୟ ତତ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୧୨ ଓ ୧୩ ତାରିଖ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ABOUT THE AUTHOR

...view details