ଭୁବନେଶ୍ବର: ଦେଶରେ ବଢିଚାଲିଛି ମହାମାରୀ କୋରୋନା । ରାଜ୍ୟରେ ବି ଉପରମୁହାଁ ମହାମାରୀ । ଏହାରି ମଧ୍ୟରେ ଶୁକ୍ରବାର ରାଜ୍ୟରେ 218 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାର ଦେଇଛନ୍ତି ସୂଚନା ।
ନୂଆପଡା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 337430ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।