ଓଡିଶା

odisha

ETV Bharat / city

ଯୁକ୍ତ ତିନି ସ୍ପଟ ନାମଲେଖା ପାଇଁ ତାରିଖ ଘୋଷଣା

ଯୁକ୍ତ ତିନି ସ୍ପଟ ନାମଲେଖା ପାଇଁ ତାରିଖ ଘୋଷଣା । ଏନେଇ ଆସନ୍ତା ନଭେମ୍ବର 9 ତାରିଖରେ ବଳକା ସିଟ ସଂଖ୍ୟା ୱେବସାଇଟରେ ପ୍ରକାଶ ପାଇବ ।

plus three-spot admission-2020
ଯୁକ୍ତ ତିନି ସ୍ପଟ ନାମଲେଖା

By

Published : Nov 2, 2020, 8:19 PM IST

ଭୁବନେଶ୍ବର: ଯୁକ୍ତ ତିନି ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ । କଲେଜରେ ବଳକା ସିଟ ପୂରଣ ପାଇଁ ହେବ ସ୍ପଟ ନାମଲେଖା । ଏନେଇ ଆସନ୍ତା ନଭେମ୍ବର 9 ତାରିଖରେ ବଳକା ସିଟ ସଂଖ୍ୟା ୱେବସାଇଟରେ ପ୍ରକାଶ ପାଇବ ।

ଯୁକ୍ତ ତିନି ସ୍ପଟ ନାମଲେଖା

ଏହାସହ ନଭେମ୍ବର 10ରୁ ନଭେମ୍ବର 13 ପର୍ଯ୍ୟନ୍ତ ଡ୍ରପବାକ୍ସରେ ଆବେଦନପତ୍ର ପକାଇପାରିବେ । ଏହାପରେ ନଭେମ୍ବର 17 ତାରିଖରେ କଲେଜ ସ୍ପର୍ଟ ଆଡମିଶନ ପାଇଁ ଆଶାୟୀଙ୍କ ନାଁ ସଟଲିଷ୍ଟ କରାଯିବ ।

ଅନଲାଇନ ମାଧ୍ୟମରେ 21 ନଭେମ୍ବରରେ ଆଡମିଶନର ଫି’ର ଟଙ୍କା ଜମା କରିପାରିବେ । ଏହାବାଦ୍ 23 ରୁ 27 ନଭେମ୍ବର ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଡମିଶନ କରାଯିବ ।

ସ୍ପଟ ଆଡମିଶନ ପାଇଁ ନିର୍ଦ୍ଦେଶାବଳୀ ବାରକୋଟ ନମ୍ବର ଥିବା ଆବେଦନକାରୀ ସ୍ପଟ ଆଡମିଶନ ପାଇଁ ଆବେଦନ କରିପାରିବେ । ଖାଲିଥିବା ପଦବୀ ଅନୁଯାୟୀ, ଛାତ୍ରଛାତ୍ରୀମାନେ ଯେଉଁ କଲେଜ ଗୁଡିକରେ ସିଟ୍ ଖାଲି ଅଛି, ସେହି କଲେଜରେ ଆବେଦନ କରିପାରିବେ ।

ଆବେଦନକାରୀଙ୍କ ଚୟନ କେବଳ ମାର୍କ ଆଧାରରେ କରାଯିବ । ଶାରୀରିକ ଅକ୍ଷମତା ଆବେଦନକାରୀଙ୍କୁ ସମସ୍ତ ବର୍ଗରେ ପ୍ରଥମେ ପ୍ରାଥମିକତା ଦିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details