ଓଡିଶା

odisha

ETV Bharat / city

ଏଏନଏମଙ୍କୁ ଠକେଇ ପାଇଁ ଷଡ଼ଯନ୍ତ୍ର: କେଉଁ ନେତାଙ୍କ ହାତ, ରିମାଣ୍ଡରେ ଅଭିଯୁକ୍ତ

ଏଏନଏମଙ୍କୁ ଠକେଇ ପାଇଁ ଷଡ଼ଯନ୍ତ୍ର । ଘଟଣାରେ ଜଣେ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ । ରିମାଣ୍ଡରେ ଅଭିଯୁକ୍ତ । ଅଧିକ ପଢନ୍ତୁ....

anm racket arrested accused on police remand
ଏଏନଏମଙ୍କୁ ଠକେଇ ପାଇଁ ଷଡ଼ଯନ୍ତ୍ର : କେଉଁ ନେତାଙ୍କ ହାତ,ରିମାଣ୍ଡରେ ଅଭିଯୁକ୍ତ

By

Published : Jan 9, 2021, 8:37 PM IST

ଭୁବନେଶ୍ବର: ପିଏମଜିରେ ଧାରଣା ପାଇଁ ହୋଇଛି ଷଡ଼ଯନ୍ତ୍ର। ଏଥିପାଇଁ କିଛି ମାଷ୍ଟରମାଇଣ୍ଡ ରଚିଛନ୍ତି ଚକ୍ରାନ୍ତ। ଯାହାଙ୍କ ପଛରେ ରହିଛି ନେତାଙ୍କ ହାତ। କିଏ ସେହି ନେତା କଣ ଥିଲା ଉଦ୍ଦେଶ୍ୟ । ଖୁବଶୀଘ୍ର ଆନ୍ଦୋଳନରତ ଏଏନଏମ କର୍ମଚାରୀଙ୍କୁ ଠକେଇ ପଛର ଷଡ଼ଯନ୍ତ୍ରର ଚେର ଖୋଜିବାକୁ ରିମାଣ୍ଡରେ ନେଇଛି ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ କେ. ଅଶ୍ବିନ ଦୋରା । ଯେ କି ଚାକିରୀ ଦେବା ପାଇଁ ଜଣକା ପିଛା ୧୫ ହଜାର ଟଙ୍କା କଲେକ୍ସନ କରିଥିଲେ । ଏଥିସହ ଆନ୍ଦୋଳନରେ ବସିବା ପାଇଁ ଉସୁକାଇଥିଲେ । ଯାହାଙ୍କୁ ନେଇ ସେମାନଙ୍କର ଗୋଟିଏ ପରେ ଗୋଟିଏ ଅଡିଓ ଭାଇରାଲ ହେବା ପରେ ବଦଳୁଛି ଘଟଣାର ମୋଡ଼।

ଏଏନଏମଙ୍କୁ ଠକେଇ ପାଇଁ ଷଡ଼ଯନ୍ତ୍ର : କେଉଁ ନେତାଙ୍କ ହାତ,ରିମାଣ୍ଡରେ ଅଭିଯୁକ୍ତ

କାରଣ ଏହା ପଛରେ ଜଣେ ହାଇପ୍ରୋଫାଇଲ ନେତାଙ୍କ ରହିଛି ହାତ। ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ କମିସନରେଟ ପୋଲିସ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । କାରଣ ରିମାଣ୍ଡରେ ଥିବା ଅଭିଯୁକ୍ତଠୁ ମିଳିଛି ଏଏନଏମ ପିଛା କଲେକ୍ସନ ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ କୋର୍ଡିନେଟରଙ୍କୁ ଦିଆଯାଇଥିଲା ଦାୟିତ୍ବ। ପ୍ରି ପ୍ଲାନ ହିସାବରେ ଠକେଇ ପାଇଁ ରଚାଯାଇଥିଲା ଷଡଯନ୍ତ୍ର। ତେବେ କିଏ ସେହି ମାଷ୍ଟରମାଇଣ୍ଡ ପଲଟିସିଆନ। ଯିଏ ଖେଳୁଛନ୍ତି ପିଏମଜି ଆନ୍ଦୋଳନରତ ଏଏନଏମ କର୍ମଚାରୀଙ୍କ ସହ ଖେଳ। ମିଛ ଆଶ୍ବାସନା ଦେଇ ଏଭଳି ଚାକିରି ମିଳିଵାର ଆଶା ଦେଖାଇ ଖେଳୁଛନ୍ତି ରାଜନୈତିକ ଖେଳ। ଆବଶ୍ୟକ ପଡିଲେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯିବ। ଯିଏ ଏହି ଠକେଇ ପଛର ତଦନ୍ତ କରିବ । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details