ଭୁବନେଶ୍ବର: ଡିପ ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା ଅମ୍ଫାନ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଅମ୍ଫାନ । ୨୪ ଘଣ୍ଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ବାତ୍ୟା ପାରାଦୀପ ଠାରୁ ୧୦୪୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି । ଆଗାମୀ ୧୮ ତାରିଖରୁ ଏହାର ଦିଗ ପରିବର୍ତ୍ତନ ହେବ । ୧୮ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ ।
ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ୧୮ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୧୯ ତାରିଖ ସକାଳୁ ଉତ୍ତର ଉପକୂଳରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବ ।