ଓଡିଶା

odisha

ETV Bharat / city

ସତ୍ୟବାଦୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଅମରେଶ ପତ୍ରୀ

ସତ୍ୟବାଦୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା । ସମୀକ୍ଷା କରିଛନ୍ତି ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଅଧିକ ପଢନ୍ତୁ...

By

Published : Sep 3, 2021, 8:25 AM IST

ସତ୍ୟବାଦୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ସମୀକ୍ଷା
ସତ୍ୟବାଦୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ସମୀକ୍ଷା

ଭୁବନେଶ୍ବର:ସତ୍ୟବାଦୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଭୁବନେଶ୍ୱର ସ୍ଥିତ ଓଏଲଆଇସି କାର୍ଯ୍ୟାଳୟରେ ହୋଇଛି ଏହି ସମୀକ୍ଷା ବୈଠକ । ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ । ନିଜ ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଓଏଲଆଇସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ । ଏହା ସହ ନିର୍ବାଚନ ମଣ୍ଡଳୀର ଆଉ କେତେକ ସ୍ଥାନରେ ନୂତନ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ।

ସତ୍ୟବାଦୀ ଓ କଣାସ ବ୍ଲକରେ ମୋଟ ୨୫୩ ଟି ଉଠା ଜଳସେଚନ ପ୍ରକଳ୍ପ ଅଛି । ୨୦୭ ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ୩୭ଟି ପ୍ରକଳ୍ପ ଅସ୍ଥାୟୀ ଭାବେ ଅଚଳ ରହିଛି । ଏହା ସହ ୯ଟି ସ୍ଥାୟୀ ଭାବେ ଅଚଳ ରହିଛି । ସଂପ୍ରତି ଖରିଫ ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ରହିଛି । ସବୁ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯୁଦ୍ଧକାଳୀନ ଭିତିରେ ଶୀଘ୍ର ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସତ୍ୟବାଦୀରେ ନିର୍ମାଣାଧିନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ଶୀଘ୍ର ସମ୍ପୁର୍ଣ୍ଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପକୁ ମରାମତି ପୂର୍ବକ ସଚଳ କରି କୃଷି କ୍ଷେତ୍ରକୁ ଜଳ ଯୋଗାଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିଗମ ଅଧ୍ୟକ୍ଷ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ କଣ୍ଟାମାଳ ବିଧାୟକ ମହିଧର ରଣା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏଲଆଇସି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ସମତେ ବହୁ ବିଭାଗୀୟ ଅଧିକାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details