ଭୁବନେଶ୍ବର: ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅମ୍ଫାନ’ । ଏନେଇ ପ୍ରସ୍ତୁତି ଜୋରଦାର କରିବା ସହ ପୂର୍ବରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଅନେକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ବାତ୍ୟା ‘ଅମ୍ଫାନ’ ପ୍ରସ୍ତୁତି: ରାତି 12ଟା ସୁଦ୍ଧା 1 ଲକ୍ଷ ଲୋକ ସ୍ଥାନାନ୍ତରିତ - ସ୍ବତନ୍ତ୍ର ରିଲିଫ କମିଶନର
ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅମ୍ଫାନ’ । ଏନେଇ ପ୍ରସ୍ତୁତି ଜୋରଦାର କରିବା ସହ ପୂର୍ବରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ବାତ୍ୟା ‘ଅମ୍ଫାନ’ ପ୍ରସ୍ତୁତି: ରାତି 12ଟା ସୁଦ୍ଧା 1 ଲକ୍ଷ ଲୋକେ ସ୍ଥାନାନ୍ତରିତ
ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଶାସନ ଲୋକଙ୍କୁ ବୁଝାଇବା ସହ ସ୍ଥାନାନ୍ତର ପ୍ରକ୍ରିୟା ଅହରହ ଜାରି ରହିଛି । ତେବେ ରାତି 12ଟା ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : May 20, 2020, 7:41 AM IST