ଓଡିଶା

odisha

ETV Bharat / city

ଇଞ୍ଜିନିଅରିଂ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ରାଜନୈତିକ ଲିଙ୍କ ନେଇ ଅଭିଯୋଗ - ଭୁବନେଶ୍ବର

ଦିନକୁ ଦିନ ସମଗ୍ର ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଛି । ପ୍ରତିଦିନ ୭ରୁ ଅଧିକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଏପରି କ୍ଷେତ୍ରରେ ଅପରାଧୀ ଓ ହତ୍ୟାକାରୀଙ୍କୁ ବିଧାୟକ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

By

Published : Dec 11, 2019, 3:51 PM IST

ଭୁବନେଶ୍ବର: ଦିନକୁ ଦିନ ସମଗ୍ର ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଛି । ପ୍ରତିଦିନ ୭ରୁ ଅଧିକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଜଗତପୁରର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିବା ଜଗତସିଂହପୁର କୁଜଙ୍ଗ ଚୁନବେଲାରୀ ଗାଁର ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପୋଲିସ ମାମଲା ରୁଜୁ କଲା ।

କିନ୍ତୁ ୧୫ଦିନ ବିତିଗଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଫଟୋଗ୍ରାଫ ଓ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ଜଣାପଡିଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏକ ରାଜନୈତିକ ଦଳ ସହ ସମ୍ପର୍କରେ ଥିବାରୁ ଘଟଣାକୁ ଚାପି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ।

ଅଭିଯୁକ୍ତ ଶୁଭ୍ରାଂଶୁ ବିଶ୍ବାଳ ଏକ ପ୍ରଭାବଶାଳୀ ଦଳର ଆଗଧାଡିର କର୍ମୀ । ତାଙ୍କୁ ସୁରକ୍ଷା ଦେବାକୁ ଏକ ନିର୍ବାଚନ ମଣ୍ଡଳୀର ବିଧାୟକ ତୃତୀୟ ମହଲାରୁ ଚାପ ପକାଉଥିବା ବି ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ପରିବାର ପୋଲିସ ଡ଼ିଜିଙ୍କୁ ଭେଟିବାକୁ ଚାହିଁଲେ ମଧ୍ୟ ସମୟ ଦିଆଯାଉନି ।

୧୭ତାରିଖ ପରେ ସ୍ଥାନୀୟ ଜନସାଧାରଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ରେଳରୋକ କରିବେ । ଯଦି ଦୋଷୀଙ୍କୁ ଶୀଘ୍ର ଗିରଫ କରାନଯିବ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details