ଓଡିଶା

odisha

ETV Bharat / city

ରାସନ କାର୍ଡ ନୁହେଁ ମିଳୁଛି କେବଳ ମିଥ୍ୟା ପ୍ରତିଶ୍ରୁତି - Bhubaneswar

ଭୁବନେଶ୍ୱରରେ ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାକୁ ବିଏମସି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ, ଏଭଳି ଦୁଃଖଦ ଘଟଣା ବିଏମସିର ଅସଲ ମୁଖା ଖୋଲି ଦେଇଛି । ଦୀର୍ଘ ୩ ବର୍ଷ ହେବ ବିଏମସିକୁ ରାସନ କାର୍ଡ଼ ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହେଲେ , କାର୍ଡ଼ ତ ମିଳୁନି ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 26, 2019, 12:10 AM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ଆରମ୍ଭକରି ଲୋକଙ୍କୁ ସରକାରୀ ଓ ବେସରକାରୀ ଯୋଜନା ପହଞ୍ଚାଇବା ନେଇ ବିଏମସି ଡିଣ୍ଡିମ ପିଟୁଛି , କିନ୍ତୁ ଏ ନେଇ ବ୍ୟାପକ ଅନିୟମିତତା ଓ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ କଳାପ ସାମ୍ନାକୁ ଆସିଛି ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱର ୱାର୍ଡ ନଂ୨୬ ସାଲିଆ ସାହିର ଗୁନିତା ରାଉଳଙ୍କ କ୍ଷେତ୍ରରେ । ଦୀର୍ଘ ୩ ବର୍ଷ ହେବ ରାସନ କାର୍ଡ଼ ପାଇଁ ବିଏମସିକୁ ଦୌଡ଼ି ଦୌଡ଼ି ସେ ହତାଶ ହୋଇଗଲେଣି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱରରେ ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାକୁ ବିଏମସି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ, ଏଭଳି ଦୁଃଖଦ ଘଟଣା ବିଏମସିର ଅସଲ ମୁଖା ଖୋଲି ଦେଇଛି । ସେ ରାସନ କାର୍ଡ଼ ହେଉ କିମ୍ବା ଫୋନି ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ ହେଉ କିମ୍ବା ଯେ କୌଣସି ସରକାରୀ ଯୋଜନା ହେଉ କେଉଁଠି ନା କେଉଁଠି ବିଏମସି ସେବା ଯୋଗାଇବାରେ ଫେଲ ମାରିଛି । ତାର ନିଚ୍ଛକ ସତ୍ୟତା ଆପଣ ମାନଙ୍କ ପାଖରେ ଆମେ ରଖୁଛୁ।

ଏ ହେଉଛନ୍ତି ଗୁନିତା ରାଉଳ, ଘର ୱାର୍ଡ ନଂ ୨୬ ସାଲିଆ ସାହି । ଦୀର୍ଘ ୩ ବର୍ଷ ହେବ ବିଏମସିକୁ ରାସନ କାର୍ଡ଼ ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହେଲେ , କାର୍ଡ଼ ତ ମିଳୁନି ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି । ସ୍ୱାମୀ ଦିନ ମଜୁରିଆ ଭାବେ କାମ କରନ୍ତି । ସରକାରୀ ସୁବିଧା ମିଳିଲେ ଭୁବନେଶ୍ୱରରେ ଚଳିବା ସୁବିଧା ହୁଅନ୍ତା । ହେଲେ ଗୁନିତାଙ୍କ ଅଭିଯୋଗ ସେ ୩ ବର୍ଷ ହେବ ଦୌଡ଼ି ଦୌଡ଼ି ଧୈର୍ଯ୍ୟହରା ହୋଇଗଲେଣି । ଦିନେ କାମ ନ କଲେ ଉପାସ ରୁହନ୍ତି । ଆଜି ଶେଷ ଥର ପାଇଁ ଆସିଛି ଆଉ କେବେ ଆସିବିନି ବୋଲି ଗୁନିତା କାନ୍ଦି କାନ୍ଦି କହିଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କ ସୁବିଧା ପାଇଁ ସାମିଲ କରିଛନ୍ତି ଯେପରି କେହି ଖାଦ୍ୟ ବିନା ଉପବାସ ନ ରୁହେ । କିନ୍ତୁ କର୍ତ୍ତୃପକ୍ଷଙ୍କ ଅବହେଳା ସାଧାରଣ ଲୋକଙ୍କ ପାଇଁ ଅଭିଶାପ ସଦୃଶ ହୋଇଛି।

ସେପଟେ ବିଏମସି ଜନମଙ୍ଗଳ ଦାୟିତ୍ୱରେ ଥିବା ଡେପ୍ୟୁଟି କମିଶନର ସଂଘମିତ୍ରା ବେହେରାଙ୍କ ମତରେ ଏ ଖବର ବିଷୟରେ ମୁଁ ଆଜି ଜାଣିଲି, ତାଙ୍କ ଆପ୍ଲିକେସନ ଆଜି ମିଳିଛି , ଯୋଗାଣ ବିଭାଗ ଅଧିକାରୀଙ୍କ ସହ କଥା ହୋଇ ଖୁବଶୀଘ୍ର ରାସନ କାର୍ଡ଼ ମିଳିବା ପାଇଁ ମୁଁ ଚେଷ୍ଟା କରିବି।

ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ୧ ଟଙ୍କାରେ ଚାଉଳ ସାମଗ୍ରୀ ଯୋଗାଇ ଦେଉଛନ୍ତି । କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋବୃତ୍ତି ଯୋଗୁଁ କିଛି ଗରିବ ଜନତା ବଳି ପଡୁଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା ଗୁନିତାଙ୍କୁ ରାସନ କାର୍ଡ଼ କେବେ ମିଳୁଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details