ଓଡିଶା

odisha

ETV Bharat / city

ପାଠାଗାର କାହାର ? - state libraries

ପାଠାଗାର କେଉଁ ବିଭାଗ ଅଧିନରେ ରହିଛି । ଯାହାକୁ ନେଇ ବିଧାନସଭାରେ ହରଡଘଣାରେ ମନ୍ତ୍ରୀ । ଅଧିକ ପଢନ୍ତୁ...

all-the-state-libraries-are-under-which-department
ପାଠାଗାର କାହାର ?

By

Published : Nov 28, 2019, 2:17 PM IST

ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରେ ରହିଥିବା ପାଠାଗାର କେଉଁ ବିଭାଗ ଅଧିନରେ ରହିଛି? ଯଦିଓ ଏହା ସଂସ୍କୃତି ବିଭାଗ ଅଧିନରେ ଆସୁଛି, କିନ୍ତୁ ବିଧାନସଭାରେ ଚାଲିଥିବା ପ୍ରଶ୍ନକାଳରେ ଶାସକ ଓ ବିରୋଧୀ ବିଧାୟକ ଏନେଇ ପ୍ରଶ୍ନ କରିଥିଲେ । ସଂସ୍କୃତି ମନ୍ତ୍ରୀ ଏହାର ଉତ୍ତର ରଖିବା ବଦଳରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଏହି ଉତ୍ତର ରଖିଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପାଠାଗାର କାହାର ?

ପାଠାଗାର ଯଦି ସଂସ୍କୃତି ବିଭାଗ ଅଧିନରେ ଯାଉଛି, ତାହାଲେ କାହିଁକି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସଭ୍ୟ ।

ପୁରୀର ରଘୁନନ୍ଦନ ପାଠାଗାର ବ୍ରିଟିଶ ଅମଳରୁ ଏମାର ମଠରେ ରହିଆସିଛି । ଏହାକୁ ସୌନ୍ଦର୍ଯ୍ୟକରଣ ପାଇଁ କଣ କରାଯାଇଛି । ଏହାର ପୁସ୍ତକ ସବୁ କେଉଁଠି ଅଛି ? କେବେ ଏହି ପାଠାଗାର ତିଆରି ହେବ ? କେଉଁଠି ହେବ ? ଏଥିପାଇଁ କେତେ ଟଙ୍କା ଅନୁଦାନ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details