ଓଡିଶା

odisha

ETV Bharat / city

ରାଉରକେଲା ସମେତ SAILର ସମସ୍ତ ହସ୍ପିଟାଲରେ ହେବ ECMO ମେସିନ ବ୍ୟବସ୍ଥା: ଧର୍ମେନ୍ଦ୍ର - ରାଉରକେଲା ଇସ୍ପାତ କାରଖାନା

ରାଉରକେଲା ସମେତ ସେଲ୍‌ର ବିଭିନ୍ନ ହସ୍ପିଟାଲରେ ହେବ ଏକମୋ ମେସିନର ବ୍ୟବସ୍ଥା । ନିର୍ଦ୍ଦେଶ ଦେଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ରାଉରକେଲା ସମେତ ସେଲ୍‌ର ସମସ୍ତ ହସ୍ପିଟାଲରେ ହେବ ଏକମୋ ମେସିନର ବ୍ୟବସ୍ଥା : ଧର୍ମେନ୍ଦ୍ର
ରାଉରକେଲା ସମେତ ସେଲ୍‌ର ସମସ୍ତ ହସ୍ପିଟାଲରେ ହେବ ଏକମୋ ମେସିନର ବ୍ୟବସ୍ଥା : ଧର୍ମେନ୍ଦ୍ର

By

Published : Jun 10, 2021, 8:47 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍‌ ବିଶିଷ୍ଟ ଜୁମ୍‌ କୋଭିଡ୍ କେୟାର ସେଣ୍ଟର ଲୋକାର୍ପଣ କରିଛନ୍ତି । ସେଲ୍ ଦ୍ବାରା ପରିଚାଳିତ ରାଉରକେଲା ସମେତ ସମସ୍ତ ହସ୍ପିଟାଲ ଗୁଡିକରେ ଏକମୋ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକାର୍ପିତ ଏହି କୋଭିଡ଼ ହସ୍ପିଟାଲରେ ଆଗାମୀ ଦିନରେ ଦୁଇଟି ପର୍ଯ୍ୟାୟରେ ଅକ୍ସିଜେନ୍ ସଂଯୁକ୍ତ ବେଡ୍ ସଂଖ୍ୟା ୫୦୦କୁ ବଢ଼ାଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର କୋଭିଡ୍ ମହାମାରୀର ସଂକଟ ସମୟରେ ଦେଶର ଇସ୍ପାତ୍ ପ୍ଲାଟ୍ ନିକଟରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ଆହ୍ବାନ କରିଛନ୍ତି । କୋଭିଡ ମୁକାବିଲାରେ ଭାରତକୁ ମଜବୁତ କରିବା ପାଇଁ “ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା', ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ଭିଲାଇ ଇସ୍ପାତ କାରଖାନା ନିକଟରେ ଆରମ୍ଭ ହୋଇଥିବା ଏହି ଅତିରିକ୍ତ ମେଡ଼ିକାଲ ସୁବିଧା କୋଭିଡ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ । ଛତିଶଗଡର ଲୋକପ୍ରତିନିଧିଙ୍କ ଅନୁରୋଧକୁ ରଖି ଭିଲାଇରେ ୫୦ଟି ଆଇସିୟୁ ବେଡର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଦେଶରେ ଇସ୍ପାତ୍ କାରଖାନାଗୁଡିକ ଇସ୍ପାତ ଉତ୍ପାଦନ କମ୍ କରି ଅକ୍ସିଜେନ୍ ଉତ୍ପାଦନକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ମେଡ଼ିକାଲ ପର୍ଯ୍ୟନ୍ତ ଅକ୍ସିଜେନ୍ ପହଁଚାଇ ଉଦାହରଣ ତିଆରି କରିଛନ୍ତି । ଦେଶକୁ ଅକ୍ସିଜେନ ଯୋଗାଇବା ଦିଗରେ ଭିଲାଇ ଇସ୍ପାତ୍ କାରଖାନାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶା ହେଉ କିମ୍ବା ଛତିଶଗଡ଼ ଏ ଦୁଇଟି ରାଜ୍ୟରେ ଥିବା ସବୁ ଇସ୍ପାତ କାରଖାନାମାନେ କୋଭିଡ଼ ସମୟରେ ନିଜର ଦାୟିତ୍ବକୁ ପାଳନ କରିଛନ୍ତି । ଭିଲାଇ ଇସ୍ପାତ୍ କାରଖାନା ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ୨୦ ହଜାର ଲିକ୍ୟୁଇଡ୍‌ ମେଡ଼ିକାଲ ଅକ୍ସିଜେନ୍ ଉତ୍ପାଦନ କରିଛି । ସମସ୍ତଙ୍କ ସହଯୋଗରେ ଲୋକଙ୍କୁ ଅକ୍ସିଜେନ୍ ଯୋଗାଯାଇପାରିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି । ଏହି ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଛତିଶଗଡ ସରକାରଙ୍କ ସହ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ମିଳିତ ଭାବେ କାମ କରିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦେଶର କର୍ପୋରେଟ୍ ଅନୁଷ୍ଠାନ ଯଥା ତୈଳ ପିଏସୟୁ ଏବଂ ଇସ୍ପାତ ମନ୍ତ୍ରଣାଳୟର କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ନିଜର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଲଗାଉଛନ୍ତି । ସେହିପରି ଛତିଶଗଡରେ ସେଲ୍ ଭଳି ଅନ୍ୟାନ୍ୟ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ମଧ୍ୟ ଛତିଶଗଡରେ କମରୁ କମ୍ ସମୟ ମଧ୍ୟରେ ଟିକାକରଣକୁ ବଢାଇବା ପାଇଁ ଛତିଶଗଡ ସରକାରଙ୍କ ସହ ମିଶି କରି କାମ କରନ୍ତୁ ।ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଛତିଶଗଡ଼ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି.ଏସ.ସିଂହ ଦେବ, ଛତିଶଗଡ଼ ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ ଭିସି ଜରିଆରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details