ଓଡିଶା

odisha

ETV Bharat / city

ଆଜିଠୁ ରାଜଧାନୀରେ ଖୋଲିଲା ସବୁ ଧର୍ମାନୁଷ୍ଠାନ, ଖୋଲିଲାନି ଲିଙ୍ଗରାଜ ମନ୍ଦିର - ବିଏମସି

ଲିଙ୍ଗରାଜ ମନ୍ଦିରକୁ ଛାଡି ଆଜି ଠାରୁ(ସୋମବାର) ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । କୋରୋନା କଟକଣାରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ଆଜିଠୁ ରାଜଧାନୀରେ ଖୋଲିଲା ସବୁ ଧର୍ମାନୁଷ୍ଠାନ
ଆଜିଠୁ ରାଜଧାନୀରେ ଖୋଲିଲା ସବୁ ଧର୍ମାନୁଷ୍ଠାନ

By

Published : Aug 23, 2021, 8:43 AM IST

Updated : Aug 23, 2021, 12:54 PM IST

ଭୁବନେଶ୍ବର:କୋରୋନା କୋପ କମିନାହିଁ । ହେଲେ ଭଗବାନଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ରଖିବା କଷ୍ଟକର ହେଲାଣି । ତେବେ ଲିଙ୍ଗରାଜ ମନ୍ଦିରକୁ ବାଦ ଦେଇ ଆଜିଠାରୁ(ସୋମବାର) ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । କୋରୋନା କଟକଣାରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ ।

କୌଣସି ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରିବାକୁ ଅନୁମତି ନାହିଁ । ଠାକୁରଙ୍କୁ ଭୋଗ ମଧ୍ୟ ଅର୍ପଣ କରି ପାରିବେ ନାହିଁ । ମନ୍ଦିର ସହିତ ଗିର୍ଜା, ଚର୍ଚ୍ଚ ଓ ମସଜିଦ ମଧ୍ୟ ଖୋଲିଛି । ଧର୍ମାନୁଷ୍ଠାନ ଭିତରେ ଏକା ସମୟରେ ସର୍ବାଧିକ ୨୫ଜଣ ରହିପାରିବେ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ୬ ଫୁଟ ସମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହୋଇଛି । କୋରୋନା ପରୀକ୍ଷଣ ରିପୋର୍ଟ ବାଧ୍ୟତାମୂଳକ ସହିତ ଦୁଇ ଡୋଜ ଟିକା ପ୍ରମାଣପତ୍ର ସେବାୟତ ଓ ପୂଜକଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ।

ସମସ୍ତେ ମାସ୍କ ପିନ୍ଧିବା ସହିତ ହାତ ବିଶୋଧନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସମସ୍ତ ଧର୍ମାନୁଷ୍ଠାନ ପ୍ରବେଶ ପଥରେ ହାତ ବିଶୋଧନ କରିବା ବ୍ୟବସ୍ଥା କରାଯାଇଛି । ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଏବଂ ୧୮ ବର୍ଷରୁ କମ ପିଲାଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି ।

ମନ୍ଦିରକୁ ଏକା ସମୟରେ ସର୍ବାଧିକ ୧୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିଛି । ସାହାଣ ଦର୍ଶନ ଏବଂ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିରରେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 23, 2021, 12:54 PM IST

ABOUT THE AUTHOR

...view details