ଓଡିଶା

odisha

ETV Bharat / city

ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଅଧିକାରୀ

ପିପିଲି ଉପ-ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ । ଆଜି ସମସ୍ତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏହି ସର୍ବଦଳୀୟ ବୈଠକ ହୋଇଥିଲା । ଅଧିକ ପଢନ୍ତୁ...

By

Published : Mar 19, 2021, 8:07 PM IST

ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଅଧିକାରୀ
ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଆଜି (ଶୁକ୍ରବାର) ସର୍ବଦଳୀୟ ବୈଠକ ଡାକିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ । ଆଜି ସମସ୍ତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏହି ସର୍ବଦଳୀୟ ବୈଠକ ହୋଇଥିଲା ।

ବୈଠକରେ ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ମଧୁସୂଦନ ପଣ୍ଡା, ଭାରତୀୟ ଜାନତା ପାର୍ଟିର ଜଗନ୍ନାଥ ପ୍ରଧାନ ଓ ଜୟନ୍ତ କୁମାର ଜେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟର ରମେଶ ଚନ୍ଦ୍ର ପାଢୀ, ଭାରତୀୟ ଜାତୀୟ କଂଗ୍ରେସ ଶିବାନନ୍ଦ ରାୟ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ସଂପର୍କରେ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ସଂପୂର୍ଣ୍ଣ ଭାବେ ଅବଗତ କରାଯାଇଥିଲା । ନିର୍ବାଚନ ଅୟୋଗଙ୍କ ଦ୍ଵାରା ପିପିଲି ଉପ-ନିର୍ବାଚନ ଘୋଷଣା ପର ଠାରୁ ସଂପୃକ୍ତ ଜିଲ୍ଲା, ନିର୍ବାଚନ ମଣ୍ଡଳୀ, ସମସ୍ତ ପ୍ରାର୍ଥୀ ଏବଂ ସବୁ ରାଜନୈତିକ ଦଳମାନଙ୍କ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।

ନିର୍ବାଚନରେ ଅଂଶ ଗ୍ରହଣ କରୁଅବା ପ୍ରାର୍ଥୀ ଏବଂ ସଂପୃକ୍ତ ରାଜନୈତିକ ଦଳ ମାନେ ନିର୍ବାଚନ ସଂପର୍କିତ ଖର୍ଚ୍ଚ ଏକ ରେଜିଷ୍ଟରରେ ଲିପିବଧ କରିବେ । ବିଧାନସଭା ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ସର୍ବାଧୂକ ୩୦ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ପ୍ରାର୍ଥୀମାନେ ଦୈନନ୍ଦିନ ନିର୍ବାଚନ ଖର୍ଚ୍ଚ ରେଜିଷ୍ଟରରେ ଲେଖିବେ । ଉପନିର୍ବାଚନ ସମୟରେ କୋଭିଡ଼ ନିୟମକୁ କଡାକଡି ଭାବେ ପାଳନ କରାଯିବ ।

ଅପରାଧ ପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନରେ ଅଂଶ ଗ୍ରହଣ କରୁଥିଲେ ସେମାନେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଅତିକମରେ ତିନିଥର ସେମାନଙ୍କ ଅପରାଧ ପୃଷ୍ଠ ଭୂମି ସଂପର୍କରେ ପ୍ରଚାର ପ୍ରସାର କରିବେ । ସଂପୃକ୍ତ ରାଜନୈତିକ ଦଳ ମାନେ ମଧ୍ୟ ପ୍ରାର୍ଥୀ କରାଇବା ଅପରାଧ ପ୍ରବଣ ପୃଷ୍ଠ ଭୂମି ଅବା ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠ ଭୂମି ସଂପର୍କରେ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବେ ।

ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳ ମାନେ ଏଥର ଉପ ଚିର୍ବାଚନ ପ୍ରଚାର ନିମନ୍ତେ 30 ଜଣରୁ ଅଧିକ ଓ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ନିର୍ବାଚନ ପ୍ରଚାର ନିମନ୍ତେ 15 ରୁ ଅଧିକ ତାରକା ପ୍ରଚାରକ ଆଣିପାରିବେ ନାହିଁ । ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀ କିମ୍ବା ସଂପୃକ୍ତ ରାଜନୈତିକ ଦଳ ମାନେ ପୋଷ୍ଟର କିମ୍ବା ଲିଫଲେଟ୍ ଛପାଇ ନିର୍ବାଚନ ପ୍ରଚାର କଲେ ପ୍ରକାଶକ ଓ ମୁଦ୍ରାକରଙ୍କ ନାମ ସଂପୃକ୍ତ ପୋଷ୍ଟର କିମ୍ବା ଲିଫଲେଟ୍ ରେ ଉଲ୍ଲେଖ ରହିବା ବାଧ୍ୟତାମୂଳକ ହେବ । ଏତଦ୍ ବ୍ୟତିତ ଛପା ଗଣମାଧ୍ୟମ, ବୈଦୁତିକ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ମାନେ ନିର୍ବାଚନ ପ୍ରଚାର କଲେ ଏ ବାବଦର ସମସ୍ତ ଖର୍ଚ୍ଚ ସଂପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟ ଓ ଦଳର ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟରେ ଉଲ୍ଲେଖ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details