ବଲାଙ୍ଗୀର: ଜିଲ୍ଲାରେ ଜଳ ଯୋଗାଣ ନେଇ ଗୃହ ଉଦବେଗ ପ୍ରକାଶ ପାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଜଳ ଯୋଗାଣ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବଲାଙ୍ଗିର, ପୁଇଁତଳା ଓ ଲୋହିସିଂହା ବ୍ଲକରେ କେତୋଟି ମେଗା ଲିଫ୍ଟ ପ୍ରକଳ୍ପ ସରକାର କରିବାକୁ ଯାଉଛନ୍ତି, ଏଥିପାଇଁ କେତେ ବ୍ୟୟ ବରାଦ ରହିଛି, କେଉଁ କେଉଁ ଜାଗାରେ ଏହି ପ୍ରକଳ୍ପ ହେବ ? ଜିଲ୍ଲାରେ ଚିରସ୍ରୋତା ନଦୀ ନାହିଁ ଓ ସୁକତେଲ ନଦୀ ଶୁଖିଲା ନଦୀ, କେଉଁଠୁ ଆଣି ପାଣି ଯୋଗାଯିବ ସେନେଇ ଉତ୍ତର ରଖିବାକୁ କହିଥିଲେ ।
ଆଜି ପ୍ରଶ୍ନକାଳରେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ୨୦୨୪ ସୁଦ୍ଧା ବଲାଙ୍ଗୀର ଜିଲ୍ଲାର ସବୁ ଗାଁ ଓ ପ୍ରତି ଘରକୁ ଟ୍ୟାପରେ ପିଇବା ପାଣି ଯୋଗାଇ ଦିଆଯିବ । ଏନେଇ ରାଜ୍ୟ ସରକାର ଡେଡ ଲାଇନ୍ ସେଟ୍ କରିଛନ୍ତି ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି କହିଛନ୍ତି ।