ଓଡିଶା

odisha

ETV Bharat / city

କୋଭିଡ ଶଯ୍ୟା ସଂଖ୍ୟା ବଢାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ - ଶର୍ଯ୍ୟା ସଂଖ୍ୟା ବଢାଯିବ

ବର୍ତ୍ତମାନର କୋରୋନା ସ୍ଥିତି ଦେଖି ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଛି । ଖୁବଶୀଘ୍ର ହସ୍ପିଟାଲଗୁଡିକରେ ବେଡ ସଂଖ୍ୟା ବଢାଇବାକୁ ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଶର୍ଯ୍ୟା ସଂଖ୍ୟା ବଢାଇବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଶର୍ଯ୍ୟା ସଂଖ୍ୟା ବଢାଇବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

By

Published : Apr 18, 2021, 12:59 PM IST

Updated : Apr 18, 2021, 2:00 PM IST

ଭୁବନେଶ୍ବର:ରାଜ୍ୟରେ କୋରୋନାର ପ୍ରକୋପ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା 4 ହଜାର ମୁହାଁ ହୋଇଛି । ଏପରି ସ୍ଥିତିରେ ସମସ୍ତ ହସ୍ପିଟାଲଗୁଡିକରେ କୋଭିଡ ଶଯ୍ୟା ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ଅପେକ୍ଷା 4 ରୁ 5 ଗୁଣ ଅଧିକ ବେଡ ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ କୋରୋନା ସ୍ଥିତିକୁ ନଜରରେ ସ୍ବାସ୍ଥ୍ୟ ବିଭାଗର ଜରୁରୀ ବୈଠକ ବସିଥିଲା। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ଆଲୋଚନାରେ ଭାଗ ନେଇଥିବାବେଳେ ହସ୍ପିଟାଲରେ ଶର୍ଯ୍ୟା, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ବୃଦ୍ଧି କରାଯିବା ନେଇ ସ୍ଥିର ହୋଇଛି ।

ହସ୍ପିଟାଲରେ ICU ବଢାଇବା ଏତଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ବଢାଇବାକୁ ସେଟଅପ୍‌ ଦରକାର । ତଥାପି ପ୍ରାୟ 2ଗୁଣ ଆଇସିୟୁ ବେଡ ବୃଦ୍ଧି କରାଯିବ । କୋଭିଡ ଆକ୍ରାନ୍ତଙ୍କ ପାଇଁ 4ଟି କାଟାଗୋରୀରେ ବେଡ ଆବଶ୍ୟକ । ସାଧାରଣ ବେଡ, ଅକ୍ସିଜେନ ସପୋର୍ଟ, ଆଇସିୟୁ ବେଡ ଓ ଆଇସିୟୁ -ଭେଣ୍ଟିଲେଟର ବେଡ । ନିୟମ ଅନୁସାରେ, 100 ଶଯ୍ୟାରେ ହାରାହାରି 6 ପ୍ରତିଶତ ଆଇସିୟୁ ବେଡ ଦରକାର । ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ଶଯ୍ୟା ଅଧିକା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି ରଖାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ICU ଓ ଏଚଡିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ । ବର୍ତ୍ତମାନ ସାଧାରଣ ବେଡରେ 25 ପ୍ରତିଶତ ଓ ଆଇସିୟୁରେ 60 ପ୍ରତିଶତ ବେଡରେ ରୋଗୀ ଅଛନ୍ତି । ଭେଣ୍ଟିଲେଟର 18 ପ୍ରତିଶତ ବ୍ୟବହାର ହୋଇଛି । 248 ବେଡରୁ 45 ଜଣ ରୋଗୀ ଭେଣ୍ଟିଲେଟରରେ ରହିଛନ୍ତି । ଆଇସିୟୁ ବେଡ 541ଟି ରଖିଥିବା ବେଳେ 329 ଜଣ ରୋଗୀ ଅଛନ୍ତି । ଏହା ବ୍ୟତୀତ ଷ୍ଟାଣ୍ଡବାଏ ବେଡ ଆମ ପାଖରେ ରହିଛି ।

ସେପଟେ, ସଂକ୍ରମଣ ଦେଖି ମାନବ ସମ୍ବଳ ମଧ୍ୟ ବୃଦ୍ଧି କରାଯାଉଛି । ବିଭିନ୍ନ ଜିଲ୍ଲା ପାଇଁ ଡାକ୍ତର ନିୟୋଜିତ କରାଯାଉଛି । ଅକ୍ସିଜେନ ଆବଶ୍ୟକତା ପାଇଁ ଗୋଟିଏ ଭର୍ଟିକାଲ ଗ୍ରୁପକୁ ଦାୟିତ୍ବ ଦିଆଯାଇଛି । ସେମାନେ ଆକଳନ କରୁଛନ୍ତି । ଗତବର୍ଷ ପିକ୍ ସମୟରେ ଯେତିକି ଅକ୍ସିଜେନ ବ୍ୟବହାର ହେଉଥିଲା ତାହାର 10 ଗୁଣ ଅଧିକ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଛି । ତାହା ପାଇଁ ପ୍ରଚେଷ୍ଟା ଚାଲିଛି ।ବର୍ତ୍ତମାନ ଛତିଶଗଡ ସଂକ୍ରମଣ ଓଡିଶା ଚିନ୍ତା ବଢାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 18, 2021, 2:00 PM IST

ABOUT THE AUTHOR

...view details