ଓଡିଶା

odisha

ETV Bharat / city

'ଫନି' ସାମ୍ନା କରିବାକୁ ସମସ୍ତ ବିଭାଗ ପ୍ରସ୍ତୁତ

ଆସୁଛି ବାତ୍ୟା 'ଫନି'। ସମ୍ଭାବ୍ୟ ବାତ୍ୟା 'ଫନି' ମୁକାବିଲା ପାଇଁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ବିଏମସି କାର୍ଯ୍ୟାଳୟରେ ଖୋର୍ଦ୍ଧାରେ ବାତ୍ୟା ମୁକାବିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ଡ଼. କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା ।

By

Published : May 1, 2019, 7:19 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସୁଛି ବାତ୍ୟା 'ଫନି' । ସମ୍ଭାବ୍ୟ ବାତ୍ୟା 'ଫନି' ମୁକାବିଲା ପାଇଁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ବିଏମସି କାର୍ଯ୍ୟାଳୟରେ ଖୋର୍ଦ୍ଧାରେ ବାତ୍ୟା ମୁକାବିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ଡ଼. କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା । ବିଭିନ୍ନ ଆଲୋଚନା ସହ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି । ନମ୍ବର ହେଲା (18003450061), ଲ୍ୟାଣ୍ଡ ଲାଇନ ନମ୍ବର ହେଲା (2431253) । ବିଏମସି ପରିସରରେ ବୁଧବାର ସଂଧ୍ୟାରୁ ୨୪ ଘଣ୍ଟିଆ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ ଖୋଲାଯିବ । ୩ ଟି ସିଫ୍ଟରେ ସମସ୍ତ ସହାୟତା ପ୍ରଦାନ କରାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରକୁ ୧୩ ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାଇତ୍ବ ଦିଆଯାଇଛି । ସଫେଇ ଓ ପରିମଳ ବ୍ୟବସ୍ଥା , ତୁରନ୍ତ ଜଳ ନିଷ୍କାସନ, ଡ୍ରେନ ସଫା ପାଇଁ ଇଂଞ୍ଜିନିୟର ଓ ପରିମଳ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ପ୍ରତି ୱାର୍ଡ ପାଇଁ ୨ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ଫ୍ରି କିଚେନ ମାଧ୍ୟମରେ ରନ୍ଧା ଖାଦ୍ୟ ଦିଆଯିବ । ଅଗ୍ନିଶମ ବିଭାଗ, ଜନସ୍ବାସ୍ଥ୍ୟ, ପୂର୍ତ୍ତ ବିଭାଗ, ବିଦ୍ୟୁତ ବିଭାଗ , ଜାଇକା, ସ୍ବାସ୍ଥ୍ୟ ବିଭାଗ, ବିପର୍ଯ୍ୟୟ ମୁକାବିଲା ବଳଙ୍କ ସହଯୋଗରେ ଯୁଦ୍ଧ କାଳୀନ ଭିତ୍ତିରେ ଲୋକଙ୍କୁ ସାହାଯ୍ୟ କରାଯିବ । ବିଦ୍ୟୁତ ସେବା ବ୍ୟାହତ ହେଲେ ୫୦ ଟି ଆସ୍କା ଟାୱାର ଲାଇଟର ବ୍ୟବସ୍ତା କରାଯାଇଛି ।

ଡ୍ରେନ ଓ ଜଳମଗ୍ନ ସ୍ଥାନରୁ ଜଳ ନିଷ୍କାସନ ପାଇଁ ୪୦ ଟି ପମ୍ପ ସେଟ ବ୍ୟବସ୍ଥା ଅଛି । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରତ୍ୟେକ ସେକ୍ଟରକୁ ସିନିୟର ପ୍ରଶାସନିକ ଅଧିକାରୀଙ୍କୁ ଦାଇତ୍ବ ଦିଆଯାଇଛି । ବିଶେଷକରି ବସ୍ତି ବାସିନ୍ଦା ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ । ଭୁବନେଶ୍ବରରେ ଥିବା ୧୦ ଟି ବଡ ଡ୍ରେନକୁ ସଫା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମସିରେ ୨୪ ଘଣ୍ଟିଆ ମଲ୍ଟି ଏଜେନ୍ସି ଖୋଲାଯିବ । ବିଏମସି, ବିଡିଏ, ଓଡ୍ରାଫ, ଫାୟାର ସର୍ଭିସେସର ସମସ୍ତ ବିଭାଗ କାମ କରିବ । (2431253) ନମ୍ବର ମାଧ୍ୟମରେ ସମସ୍ତ ସୂଚନା ପାଇପାରିବେ ।

ବାତ୍ୟା ମୁକାବିଲା ପାଇଁ ୫୦ ଟି ଟିମକୁ ସଜାଗ ରଖାଯାଇଛି । ୫୦ ଟି ଟାୱାର ଲାଇଟ ରଖାଯାଇଛି । ସମସ୍ତ ଅଗ୍ନିଶମ କର୍ମଚାରୀ ଙ୍କ ଛୁଟିକୁ ବାତିଲ କରାଯାଇଛି । ରାସ୍ତା ଘାଟ କୁ ସଫାକରିବା ,ଜଳବନ୍ଦୀ ସ୍ଥାନରେ ଜଳ ନିଷ୍କାସନ କରିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଭୁବନେଶ୍ବର ଅଗ୍ନିଶମ ଅଧିକାରୀ ରମେଶ ମାଝୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details