ଓଡିଶା

odisha

ETV Bharat / city

ବେଆଇନ ପାର୍କିଂ କରୁଥିଲେ ସାବଧାନ ! ଗାଡି ଉଠାଇନେବ ପୋଲିସ - ଟ୍ରାଫିକ ପୋଲିସ

ଆଜିଠୁ ଇଲିଗାଲ ପାର୍କିଂ ବା ବେଆଇନ ପାର୍କିଂ ଉପରେ ଲଗାମ କଷିଛି କମିଶନରେଟ ପୋଲିସ । ୫୦୦ ଟଙ୍କାରୁ ଆରମ୍ଭ କରି କ୍ରେନ ବୋହିବା ଚାର୍ଜ ପର୍ଯ୍ୟନ୍ତ ଲଗାମ କଷୁଛି ଟ୍ରାଫିକ ପୋଲିସ । ନିୟମ ନଥାଇ ପାର୍କିଂ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 28, 2019, 10:29 PM IST

Updated : Aug 28, 2019, 11:07 PM IST

ଭୁବନେଶ୍ବର: ରାଜଧାନୀରେ ଗାଡି ପାର୍କିଂ କରୁଛନ୍ତି କି ? ହୁସିଆର, ଆପଣଙ୍କ ଗାଡି ନେଇଯାଇପାରେ ଟ୍ରାଫିକ ପୋଲିସ । କାରଣ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇଛି କମିଶନରେଟ ପୋଲିସ । ନୋ ପାର୍କିଂ ଜୋନ ହେଉ ବା ରାସ୍ତାକଡ। କେଉଁଠି ନିୟମ ନଥାଇ ପାର୍କିଂ କଲେ ଲଗାଇ ଦେବେ ହ୍ବିଲ ଲକ । ନଚେତ କ୍ରେନ ଲଗାଇ ଟେକି ନେଇଯିବେ ଟ୍ରାଫିକ ଫାଇନ ଜୋନକୁ ।

ଏମିତି ଢଙ୍ଗରେ ଆଜିଠୁ ଇଲିଗାଲ ପାର୍କିଂ ବା ବେଆଇନ ପାର୍କିଂ ଉପରେ ଲଗାମ କଷିଛି କମିଶନରେଟ ପୋଲିସ । ୫୦୦ ଟଙ୍କାରୁ ଆରମ୍ଭ କରି କ୍ରେନ ବୋହିବା ଚାର୍ଜ ପର୍ଯ୍ୟନ୍ତ ଲଗାମ କଷୁଛି ଟ୍ରାଫିକ ପୋଲିସ । କିପରି ଟ୍ରାଫିକ କ୍ଲିୟର ହେବ ଏବଂ ସୁରୁଖୁରୁରେ ଲୋକେ ଯାତାୟତ କରିବେ ସେନେଇ ଏଭଳି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ତେବେ ଆଜି 757 ଜଣଙ୍କ ଠାରୁ 1 ଲକ୍ଷ 82 ହଜାର 800 ଟଙ୍କା ଜୋରିମାନା ଆଦାୟ ହୋଇଛି ।

ତେବେ ଏଭଳି ନିୟମ ଲାଗୁ କରାଯାଇଥିଲେ ମଧ୍ୟ ଆସନ୍ତା ସେପ୍ଟେମ୍ବରରୁ ଏହାକୁ ଜୋରଦାର କରାଯିବ । ପ୍ରତ୍ୟେକ ସ୍ଥାନରେ ଏହି ନିୟମ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଆଡିସିନାଲ ଟ୍ରାଫିକ ଡିସିପି । ତେବେ କେଉଁ ସବୁ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ହେବ ସେନେଇ କୌଣସି ତଥ୍ୟ ମିଳିନାହିଁ ।

କିନ୍ତୁ ଫ୍ରି ପାର୍କିଂ ଯେଉଁଠି ରହିଛି କେବଳ ସେହି ସ୍ଥାନରେ ପି ଅକ୍ଷର ହୋଡିଂ ଥିବାର ସୂଚନା ରହିଛି । ତେବେ ଅନେକ ଜନଗହଳି ସ୍ଥାନରେ ପ୍ରିଂ ପାର୍କିଂ ନଥିବା ବେଳେ କେଉଁ ସ୍ଥାନରେ ପାର୍କିଂ ହେବ, କିଭଳି ସାଧାରଣ ଲୋକେ ଯାତାୟତ ସହ ସୁବିଧାରେ ପାର୍କିଂ କରିବେ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Aug 28, 2019, 11:07 PM IST

ABOUT THE AUTHOR

...view details