ଓଡିଶା

odisha

By

Published : Apr 17, 2021, 4:21 PM IST

Updated : Apr 17, 2021, 5:54 PM IST

ETV Bharat / city

ବନ୍ଦନା ହେବେ କଂଗ୍ରେସ ପ୍ରାର୍ଥୀ !

ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନାଙ୍କୁ ପ୍ରାର୍ଥୀ କରିବାକୁ AICC ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ତେବେ ପ୍ରାର୍ଥୀ ହେବେ ନା ନାହିଁ ନିଷ୍ପତ୍ତି ବନ୍ଦନାଙ୍କ ଉପରେ ଛାଡିଛି ଦଳ । ଯଦି ବନ୍ଦନା ଅରାଜି ହୁଅନ୍ତି, ଦଳ ବିକଳ୍ପ ବ୍ୟବସ୍ଥା କରିବ । ଅଧିକ ପଢନ୍ତୁ...

ବନ୍ଦନା ହେବେ କଂଗ୍ରେସ ପ୍ରାର୍ଥୀ !
ବନ୍ଦନା ହେବେ କଂଗ୍ରେସ ପ୍ରାର୍ଥୀ !

ଭୁବନେଶ୍ବର: କିଏ ହେବ ପିପିଲି ଉପନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ । ଏନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହେବାକୁ ଯାଉଛି । ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନାଙ୍କୁ ପ୍ରାର୍ଥୀ କରିବାକୁ AICC ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ତେବେ ପ୍ରାର୍ଥୀ ହେବେ ନା ନାହିଁ ନିଷ୍ପତ୍ତି ବନ୍ଦନାଙ୍କ ଉପରେ ଛାଡିଛି ଦଳ । ଯଦି ବନ୍ଦନା ଅରାଜି ହୁଅନ୍ତି, ତେବେ ଦଳ ବିକଳ୍ପ ବ୍ୟବସ୍ଥା କରିବ ବୋଲି AICC ରୁ ସୂଚନା ମିଳିଛି ।

ବନ୍ଦନା ହେବେ କଂଗ୍ରେସ ପ୍ରାର୍ଥୀ !

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଛି ପିପିଲି ଉପ ନିର୍ବାଚନ । ଆସନ୍ତା କିଛିଦିନ ମଧ୍ୟରେ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ତେବେ ଏବେ ବଡ ପ୍ରଶ୍ନ କଂଗ୍ରେସ ପ୍ରାର୍ଥୀ ହେବେ କିଏ ? ଅଜିତଙ୍କ ପତ୍ନୀ, ଭାଇ ନା ପରିବାରରୁ ଆଉ କିଏ ?

ବନ୍ଦନା ହେବେ କଂଗ୍ରେସ ପ୍ରାର୍ଥୀ !

ଯଦି ପରିବାର ଲୋକ ନିଜକୁ ରାଜନୀତିରୁ ଦୁରେଇ ରଖନ୍ତି ତେବେ ଦଳ ଭିତରେ ଆଉ କିଏ ହେବେ ପ୍ରାର୍ଥୀ ? ଏ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ତେବେ AICC ଅଜିତଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବା ଲାଗି ସ୍ଥିର କରିଥିବା ସୂଚନା ମିଳିଛି । ଗତକାଲି ବନ୍ଦନାଙ୍କ ସହିତ କଥା ହୋଇଥିଲେ AICCର ପ୍ରାକ୍ତନ ସଭାପତି ରାହୁଲ ଗାନ୍ଧୀ ।

ବନ୍ଦନା ହେବେ କଂଗ୍ରେସ ପ୍ରାର୍ଥୀ !

ଶୋକ ସନ୍ତପ୍ତ ପରିବାର ସଦସ୍ୟ ଆଉ ଅଜିତଙ୍କ ଶୁଭେଚ୍ଛୁଙ୍କୁ ରାହୁଲ ଗଭୀର ସମବେଦନା ଅର୍ପଣ କରିଛନ୍ତି । ଏହା ସହ ପିପିଲିରେ ପ୍ରାର୍ଥୀ ହେବାକୁ ରାହୁଲ ବନ୍ଦନାଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ସ୍ବାମୀ ପରେ ଶାଶୁଙ୍କ ଦେହାନ୍ତ ହେବା ପରେ ବନ୍ଦନା ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ନିଷ୍ପତ୍ତି ହୋଇ ନାହିଁ । ହେଲେ ରାହୁଲ କଥା ହେବା ପରେ ବନ୍ଦନା ହିଁ କଂଗ୍ରେସ ପ୍ରାର୍ଥୀ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଅଜିତଙ୍କ ଦୁଇ ପୁଅ ସାବାଳକ ହୋଇଥିଲେ ବି ପାଠ ପଢୁଥିବାରୁ ସେମାନେ ପ୍ରାର୍ଥୀ ହେବା ଆଶା କ୍ଷୀଣ । ବନ୍ଦନାଙ୍କୁ ପ୍ରାର୍ଥୀ କରେଇବା ଲାଗି ରାଜ୍ୟର ଅନେକ ବରିଷ୍ଠ କଂଗ୍ରେସ ନେତା ଦାବି କରିଛନ୍ତି । ଅନେକ ନେତା ଖୁଲମଖୋଲା ବନ୍ଦନାଙ୍କ ସମର୍ଥନରେ ସାମ୍ନାକୁ ଆସୁଛନ୍ତି ।

ରାଜ୍ୟ ନେତାଙ୍କ ଦାବି ଯେ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ଜଣେ ଉଚ୍ଚଶିକ୍ଷିତା । ସଂଗଠନ ବି ତାଙ୍କର ଅଛି । ସିଧାସଳଖ ରାଜନୀତିରେ ନଥିଲେ ବି ସ୍ବାମୀଙ୍କଠାରୁ ଅନେକ କିଛି ଶିଖିଛନ୍ତି । ଅଜିତ ଲଢ଼ିଥିବା ଅନେକ ନିର୍ବାଚନରେ ବନ୍ଦନା ପ୍ରଚାର କରୁଥିବା ଦେଖିବାକୁ ମିଳନ୍ତି । ବନ୍ଦନା ପିପିଲିରୁ ପ୍ରାର୍ଥୀ ହେଲେ ଦଳର ନେତା ଓ କର୍ମୀ ପ୍ରତିଜ୍ଞା କରିଛନ୍ତି ଯେ ନିଜ ହାତରୁ ଖର୍ଚ୍ଚ କରି ତାଙ୍କ ପାଇଁ ଲଢ଼ିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ପିପିଲି ଓ ଡେଲାଙ୍ଗର ଶତାଧିକ ମହିଳା ଓ ପୁରୁଷ ତାଙ୍କ ପାଖକୁ ଆସି ବନ୍ଦନାଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରୁଛନ୍ତି । ଦଳ ଓ ବନ୍ଦନାଙ୍କ ଉପରେ ନିର୍ବାଚନ ଲଢ଼ିବାକୁ ଚାପ ପକାଇବାକୁ ଲୋକ କହୁଥିବା ସୁରେଶ ଦାବି କରିଛନ୍ତି । ଦଳୀୟ ନେତା ବନ୍ଦନାଙ୍କ ସପକ୍ଷରେ ଅଛନ୍ତି । AICC ମଧ୍ୟ ବନ୍ଦନାଙ୍କ ସପକ୍ଷରେ ଅଛନ୍ତି । ତେବେ ବନ୍ଦନାଙ୍କ ଉପରେ ନିର୍ଭର କରୁଛି ସେ ଲଢ଼ିବେ ନା ନାହିଁ ।

ଦଳର ଆଶା ବନ୍ଦନା ନିର୍ବାଚନ ଲଢ଼ିଲେ ଦଳ ଫାଇଦାରେ ରହିବ । ନିର୍ବାଚନରେ ଭଲ ଫଳ କରିବ । ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିକୁ କଣ୍ଟେଷ୍ଟ କରିପାରିବ କଂଗ୍ରେସ । ନିର୍ବାଚନ ତ୍ରିମୁଖୀ ହେବ । ଦଳ ବିଜୟ ଦାବିଦାର ହୋଇପାରିବ । ଅଜିତଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ବନ୍ଦନା ଓ ପରିବାର ପ୍ରତି ଅନୁକମ୍ପା ଭୋଟ ମିଳିବ ବୋଲି ଦଳ ଆଶା କରୁଛି । ଦଳ ଭିତରେ ପିପିଲିରେ ପ୍ରାର୍ଥୀ ହେବା ନେଇ ଅଛନ୍ତି ଅନେକ ଦାବିଦାର । ପୂର୍ଣ୍ଣ ସ୍ବାଇଁ, ନିଶିକାନ୍ତ ମିଶ୍ର ଆଉ ଦୁଇ ଜଣ ପ୍ରାର୍ଥୀ ଟିକେଟ ରେସରେ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 17, 2021, 5:54 PM IST

ABOUT THE AUTHOR

...view details