ଭୁବନେଶ୍ବର: ଆସୁଛି ଅମ୍ଫାନ, 4ଜିଲ୍ଲା ଉପରେ ରହିବ ସ୍ବାସ୍ଥ୍ୟ ବିଭାଗର ନଜର । ସମ୍ଭାବ୍ୟ ଅମ୍ଫାନ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ସ୍ବାସ୍ଥ୍ୟବିଭାଗ । ଏପେଟେ କୋରୋନା ମାଡ ସାଙ୍ଗକୁ ସେପଟେ ବାତ୍ୟା । ଏହି ଦୃଷ୍ଟିରେ ରଖି ରାଜ୍ୟର ଉପକୂଳରେ ରହିଥିବା 4ଜିଲ୍ଳା ଉପରେ ସଜାଗ ରହିବା ସହ ତୀକ୍ଷ୍ଣ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।
କୋଭିଡ ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ରାଜ୍ୟବାସୀଙ୍କ ଡର ରହିଛି ଏହି ବାତ୍ୟାକୁ ନେଇକି । ଏନେଇ ବାତ୍ୟାକୁ ନେଇକି ସରକାର ଯେତିକି ସଜାଗ ରହିଛନ୍ତି, ସେତିକି ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ବିଶେଷ ଭାବରେ ରାଜ୍ୟର 4ଟି ଜିଲ୍ଲା ଉପରେ ନଜର ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିଶେଷ ଭାବରେ ପ୍ରଭାବିତ ହୋଇପାରେ । ଏଥିଲାଗି ଉକ୍ତ ଜିଲ୍ଲାର ଜିଲ୍ଳାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ଉପକୂଳରୁ 3 କିମି ଦୂରରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ସ୍ଥାନନ୍ତର କରାଯିବ । 18 ସୁଦ୍ଧା ଉପକୂଳରେ ରହିଥିବା ସମସ୍ତ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯିବ । ଖରାଦିନରେ ସାପମାନେ ଅଧିକାଂଶ ସ୍ଥାନରେ ବହାରିଥାନ୍ତି । ସେଥିପାଇଁ ସମସ୍ତ ଔଷଧ, ବ୍ଲିଚିଂ, ଓଆରଏସ ଆଦି ମହଜୁଦ ରଖାଯାଇଛି ।