ଓଡିଶା

odisha

ଆହାର ପାଲଟିଛି ସାହାରା: ୭ ବର୍ଷରେ ଗ୍ରାହକଙ୍କ ସଂଖ୍ୟା ଟପିଲା ୧୨ କୋଟି

ରାଜ୍ୟରେ ୫ ଟଙ୍କିଆ ଆହାର ଖାଉଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ଟପିଛି । ଆହାର କେନ୍ଦ୍ର ୭ ବର୍ଷ ପୂରଣ କରିଥିବା ବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨ କୋଟିରୁ ଅଧିକ ୫ ଟଙ୍କିଆ ଭାତ-ଡାଲମା ମିଲ୍ ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

By

Published : Apr 2, 2022, 10:49 PM IST

Published : Apr 2, 2022, 10:49 PM IST

ଆହାର ପାଲଟିଛି ସହାରା: ୭ ବର୍ଷରେ ଗ୍ରାହକ ସଂଖ୍ୟା ଟପିଲା ୧୨ କୋଟି
ଆହାର ପାଲଟିଛି ସହାରା: ୭ ବର୍ଷରେ ଗ୍ରାହକ ସଂଖ୍ୟା ଟପିଲା ୧୨ କୋଟି

ଭୁବନେଶ୍ବର: ରାଜ୍ୟରେ ୫ ଟଙ୍କିଆ ଆହାର ଖାଉଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ଟପିଛି । ଆହାର କେନ୍ଦ୍ର ୭ ବର୍ଷ ପୂରଣ କରିଥିବାବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨ କୋଟିରୁ ଅଧିକ ୫ ଟଙ୍କିଆ ଭାତ-ଡାଲମା ମିଲ୍ ଯୋଗାଇ ଦିଆଯାଇଛି । ଆହାର କେନ୍ଦ୍ର ସମଗ୍ର ରାଜ୍ୟରେ ତାହାର ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ଏହି ପରିସଂଖ୍ୟାନ ପଦାକୁ ଆସିଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ୧୬୭ଟି ଆହାର କେନ୍ଦ୍ର ଖୋଲିଛି । ଏଥିରୁ ୫୮ଟି ଉଭୟ ଦିନ ଓ ରାତି ବେଳା ଲୋକଙ୍କୁ ଖାଦ୍ୟ ଯୋଗାଉଛି । ଏହି ସମସ୍ତ ଆହାର କେନ୍ଦ୍ରର ପରିଚାଳନା ଭାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଲର୍ସ ମାଲିକ ସଂଘ ଆଦିଙ୍କ ଦ୍ୱାରା ଚଳାଯାଉଛି । ଏଥିପାଇଁ ୩୮ଟି କେନ୍ଦ୍ରୀୟ ପାକଶାଳା ରହିଛି । ଏଠାରେ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ପରିବେଶରେ ଖାଦ୍ୟ ପ୍ରସ୍ତୁତ ସହିତ ତାହାକୁ ବିଭିନ୍ନ ଆହାର କେନ୍ଦ୍ରରେ ପହଞ୍ଚାଯାଉଛି ।

କେନ୍ଦ୍ରୀୟ ପାକଶାଳା ଓ ଆହାର କେନ୍ଦ୍ର ମଧ୍ୟରେ ଖାଦ୍ୟ ପରିବହନ ବ୍ୟବସ୍ଥାକୁ ସୁସଂଗଠିତ କରିବାପାଇଁ କର୍ତ୍ତୃପକ୍ଷ ସେଗୁଡିକୁ ଜିଓ ଟ୍ୟାଗିଙ୍ଗ୍ କରିଛନ୍ତି । ଫଳରେ କେତେବେଳେ ସାମଗ୍ରୀ ଆସି କେଉଁଠାରେ ପହଞ୍ଚିଲା ତାହାକୁ କର୍ତ୍ତୃପକ୍ଷ ସହଜରେ ଦପ୍ତରରେ ବସି ପାଇପାରୁଛନ୍ତି । ତେବେ ଉନ୍ନତମାନର ଖାଦ୍ୟ ପରିବେଷଣ ସହିତ ଆନୁଷଙ୍ଗିକ ଭିତ୍ତିଭୂମି ପାଇଁ ସମସ୍ତ ପାକଶାଳା ଓ ଆହାର କେନ୍ଦ୍ରକୁ ଆଇଏଏସ୍ଓ ପ୍ରମାଣପତ୍ର ମିଳିଛି । ଆହାର କେନ୍ଦ୍ର କେବଳ ଗରିବ ଓ ଦୁଃସ୍ଥ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଉନାହିଁ, ମହିଳା ବିଶେଷକରି ମହିଳା ଗୋଷ୍ଠିଗୁଡିକର ରୋଜଗାରର ମାଧ୍ୟମ ପାଲଟିଛି ।

ଗୋଟିଏ ପଟେ ଆହାର କେନ୍ଦ୍ରର ପରିଚାଳନା ଭାର ମହିଳାଙ୍କ ହାତରେ ଦିଆଯାଇଥିବାବେଳେ ଅନ୍ୟପଟେ ଆହାର କେନ୍ଦ୍ରରେ ବ୍ୟବହାର ହେଉଥିବା ଆଚାର ପ୍ରସ୍ତୁତିରେ ବି ମହିଳା ଗୋଷ୍ଠି ନିୟୋଜିତ ହୋଇଛନ୍ତି ।ଏହାକୁ କର୍ତ୍ତୃପକ୍ଷ ଏକ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ଯକାରୀ କରୁଥିବାରୁ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା କ୍ଷେତ୍ରରେ ଆହାର କେନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଆହାର କେନ୍ଦ୍ରରେ ଗୋଟିଏ ମିଲ୍ ପାଇଁ ହିତାଧିକାରୀ ୫ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ମିଲ୍ ପିଛା ୨୩ଟଙ୍କା ଯୋଗାଇ ଦେଉଛନ୍ତି ।

କୋଭିଡ ମହାମାରୀ ସମୟରେ ଜାରି ଲକଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ଯନ୍ତ ସମସ୍ତେ ଯେତେବେଳେ ଖାଦ୍ୟ ଟିକେ ପାଇଁ ଆଉଟୁ ପାଉଟୁ ହେଉଥିଲେ ସେତେବେଳେ ଆହାର କେନ୍ଦ୍ର ହିଁ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସମର୍ଥ ହୋଇଥିଲା । କୋଭିଡ ମାର୍ଗଦର୍ଶିକାକୁ କଡାକଡି ପାଳନ କରି ବନ୍ଦ ସମୟରେ କର୍ତ୍ତୃପକ୍ଷ ଆହାରକେନ୍ଦ୍ର ଖୋଲି ଯେଭଳି ସାହସିକତାର ପରିଚୟ ଦେଲେ ତାହାକୁ ସବୁ ସ୍ତରରେ ପ୍ରଶଂସା କରାଯାଇଥିଲା । ତେବେ ସାତବର୍ଷ ପୂରଣ କରିଥିବା ଆହାର କେନ୍ଦ୍ର ଗୁଡିକ ଆଗାମୀ ଦିନରେ ଅଧିକରୁ ଅଧିକ ମହିଳା ଗୋଷ୍ଠୀଙ୍କ ହାତକୁ କାମ ଯୋଗାଇବାର ଲକ୍ଷ୍ୟ ରଖିଥିବା ଜଣାଯାଇଛି ।

୨୦୧୫ ମସିହା ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା ଗରିବ ଓ ଅଭାବୀ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଖାଦ୍ୟ ଯୋଗାଇଦେବା ବିଶେଷକରି ଡାକ୍ତରଖାନା, ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବଡ ବଡ ସହରକୁ ଆସୁଥିବା ଲୋକ ଖାଦ୍ୟ ପାଇଁ ହଇରାଣ ହରକତ ହେବା ସହିତ ଠକାମିରେ ପଡୁଥିଲେ । ଅନେକ ସମୟରେ ନିମ୍ନମାନର ଖାଦ୍ୟ ଖାଇ ରୋଗ୍ରାକାନ୍ତ ବି ହେଉଥିଲେ । ଏହାକୁ ଦୂର କରିବା ଲାଗି ଆହାର କେନ୍ଦ୍ର ପରିକଳ୍ପନା କରାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details