ଓଡିଶା

odisha

ETV Bharat / city

Agni-Vର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ - ଅଗ୍ନି-୫ ସଫଳ ପରୀକ୍ଷଣ

Agni-Vର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ରଚିଛି ଭାରତ । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Agni-Vର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ
Agni-Vର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

By

Published : Oct 27, 2021, 10:52 PM IST

ଭୁବନେଶ୍ବର:ଡିଆରଡିଓକୁ ଜବରଦସ୍ତ ସଫଳତା । ବଢିଲା ଭାରତର ମିସାଇଲ ଶକ୍ତି । ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ଅଗ୍ନି-5ର ସଫଳ ପରୀକ୍ଷଣ ହୋଇଛି । ଓଡିଶା ଉପକୂଳ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ (Agni-5)ର ସଫଳତାର ସହ ପରୀକ୍ଷଣ ହୋଇଛି । ଆଜିର ଏହି ସଫଳ ପରୀକ୍ଷଣ ପରେ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜିର ଏହି ସଫଳ ପରୀକ୍ଷଣ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ୍ କରି ଲେଖିଛନ୍ତି, ଅଗ୍ନି-5ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଅଗ୍ନି-5ର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା । ଏହି ମିସାଇଲ 5 ହଜାର କିମି ପର୍ଯ୍ୟନ୍ତ ଟାର୍ଗେଟ ହିଟ୍ କରିପାରିବ । ଏହା ଭାରତର ମିସାଇଲ ଭଣ୍ଡାରର ଶକ୍ତି ବୃଦ୍ଧି କରିବ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details