ଓଡିଶା

odisha

ETV Bharat / city

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ, ମୋଦିଙ୍କ ପୋଷ୍ଟରରେ ଛାତ୍ର କଂଗ୍ରେସର କାଳିମାଡ଼

ରାଜଧାନୀର ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟରରେ କାଳିମାଡ । ଅହେତୁକ ତୈଳଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟନ ଛକ ଠାରେ ବିକ୍ଷୋଭ କରାଯାଇଛି ।

By

Published : Feb 23, 2021, 4:30 PM IST

Updated : Feb 23, 2021, 6:44 PM IST

ମୋଦିଙ୍କ ମୁହଁରେ ଛାତ୍ର କଂଗ୍ରେସର କାଳିମାଡ଼
ମୋଦିଙ୍କ ମୁହଁରେ ଛାତ୍ର କଂଗ୍ରେସର କାଳିମାଡ଼

ଭୁବନେଶ୍ବର: ମୋଦିଙ୍କ ପୋଷ୍ଟରରେ ଛାତ୍ର କଂଗ୍ରେସର କାଳିମାଡ଼ । ରାଜଧାନୀର ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟରରେ କାଳିମାଡ । ଅହେତୁକ ତୈଳଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟନ ଛକ ଠାରେ ବିକ୍ଷୋଭ କରାଯାଇଛି ।

ମୋଦିଙ୍କ ମୁହଁରେ ଛାତ୍ର କଂଗ୍ରେସର କାଳିମାଡ଼

କଂଗ୍ରେସ ଭବନରୁ ଛାତ୍ର ସଭାପତି ୟାସିର ନୱାଜଙ୍କ ପ୍ରତିନିଧିତ୍ବରେ ଏକ ଦଳ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରରେ କାଳିମାଡ଼ କରାଯାଇଛି ।

ଏହାସହ ଆଗକୁ ଯଦି ତୈଳଦର ହ୍ରାସ ନହୁଏ, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଉ ମୋଦିଙ୍କୁ ସବୁ ସମୟରେ ବିରୋଧ କରାଯିବ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଆସୀର ନୱାଜ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 23, 2021, 6:44 PM IST

ABOUT THE AUTHOR

...view details