ଓଡିଶା

odisha

ସରକାରଙ୍କୁ ପୁଣି ପ୍ରବାସୀ ଚିନ୍ତା, ରିପୋର୍ଟ ନେଗେଟିଭି ନଥିଲେ ଗୃହ ସଙ୍ଘରୋଧ

By

Published : Apr 10, 2021, 12:50 PM IST

କରୋନାର ଦ୍ଵିତୀୟ ଲହର ଆସିଛି। ଦିନକୁ ଦିନ କୋରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାସହ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଏବେ ରାଜ୍ୟକୁ ଫେରୁଛନ୍ତି । ଯାହା ସରକାରଙ୍କ ଚିନ୍ତା ବଢାଇଛି। ଅଧିକ ପଢନ୍ତୁ...

ସରକାରଙ୍କୁ ପୁଣି ପ୍ରବାସୀ ଚିନ୍ତା, ରିପୋର୍ଟ ନେଗେଟିଭି ନଥିଲେ ଗୃହ ସଙ୍ଘରୋଧ
ସରକାରଙ୍କୁ ପୁଣି ପ୍ରବାସୀ ଚିନ୍ତା, ରିପୋର୍ଟ ନେଗେଟିଭି ନଥିଲେ ଗୃହ ସଙ୍ଘରୋଧ

ଭୁବନେଶ୍ବର: ସରକାରଙ୍କୁ ପୁଣି ଘାରିଲାଣି ପ୍ରବାସୀ ଚିନ୍ତା । ଗୋଟିଏ ପଟେ ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଆସିଛି। ଦିନକୁ ଦିନ କୋରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାସହ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଏବେ ରାଜ୍ୟକୁ ଫେରୁଛନ୍ତି । ଏହି ପ୍ରବାସୀ ଓଡ଼ିଆ ଆସିବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ସ୍ଥାନରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କୁ ଟେଷ୍ଟିଂ କରାଯାଉଛି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ଗୋଟିଏ ଗାଇଡ଼ ଲାଇନ କରିବା ପାଇଁ ବିଚାର କରାଯାଉଛି। ଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ ଟିଏମସିକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। କିଛି ରାଜ୍ୟରେ ଅଧିକ ସଂକ୍ରମଣ ହେଉଛି। ସମ୍ପୃକ୍ତ ରାଜ୍ୟରୁ କିଛି ଲୋକ ଆସୁଥିବେ। ସରକାର କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଏହାସହ ବୋର୍ଡର ଚେକିଂ ପଏଣ୍ଟ ରେ ଜୋରସୋରରେ ଚେକିଂ ହେଉଛି। ଯେଉଁମାନେ ନେଗେଟିଭ ରିପୋର୍ଟ ନେଇକି ଆସୁଛନ୍ତି ସେମାନଙ୍କୁ କେବଳ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି। ଗତଥର କରୋନାକୁ ଲୋକେ ଯେତିକି ଭୟ କରୁଥିଲେ ଏଥର ସେତିକି ଭୟ କରୁନାହାଁନ୍ତି।

ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରଯାଇଛି। ଛତିଶଗଡ଼ ପାଇଁ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢୁଛି। ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଗତକାଲି କହିଛନ୍ତି ସମସ୍ତଙ୍କୁ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା ପାଇଁ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details