ଭୁବନେଶ୍ବର :ସହି ପାରିଲେନି ପତ୍ନୀଙ୍କ ବିଚ୍ଛେଦ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଲେ ଲକ୍ଷ୍ମୀସାଗର ଲୁଗା ବ୍ୟବସାୟୀ ସଞ୍ଜୟ ପେରିଓ୍ବାଲ। ୧୫ ତାରିଖ ଦିନ ପତ୍ନୀ ଆତ୍ମହତ୍ୟା କରିଥିବା ଜାଣିବା ପରେ ଫିନାଇଲ ପିଇ ଦେଇଥିଲେ ସଞ୍ଜୟ । ଶେଷରେ ଆଖି ବୁଜିଲେ ଲୁଗା ହୋଲସେଲ ବ୍ୟବସାୟୀ ସଞ୍ଜୟ ପେରିଓ୍ବାଲ । ଯାହାକୁ ନେଇ ଭୁବନେଶ୍ବରର ସିଦ୍ଧେଶ୍ଵରି ଆପାର୍ଟମେଣ୍ଟରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ, ଗତ ୧୫ ତାରିଖ ସକାଳେ ପୁଅ ଝିଅ ସ୍କୁଲକୁ ଯାଇଥିବା ବେଳେ ସ୍ବାମୀ ଲୁଗା ହୋଲସେଲ ସେଣ୍ଟରକୁ ଯାଇଥିଲେ । ପରେ ସ୍ତ୍ରୀ ଫୋନ ନ ଉଠାଇବାରୁ ଶଳାକୁ ଜଣାଇଥିଲେ । ଏନେଇ ଶଳା ତାଙ୍କର ଏକ ପୁତୁରାକୁ ଘରକୁ ପଠାଇଥିଲେ । ତେବେ ସ୍ତ୍ରୀ ସଞ୍ଜୁ ଆତ୍ମହତ୍ୟା କରିଥିବା ନେଇ ଖବର ପାଇବା ପରେ ସ୍ବାମୀ ଘରେ ପହଞ୍ଚିଥିଲେ । ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖି ନିଜେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସଞ୍ଜୟ । ଫଳରେ ତାଙ୍କର ପେଟ ଭିତରର ଅଧିକାଶ ଅଂଶ ପୋଡି ଯାଇଥିଲା । ଫଳରେ ସେ ଗୁରୁତର ଭାବେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।