ଭୁବନେଶ୍ବର: ସରିଲା ପ୍ରଦୀପଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି । ଆଜି(ଗୁରୁବାର) ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଏସଡିଜେଏମ କୋର୍ଟରେ ହାଜର ହେବେ ପ୍ରଦୀପ ଡିସେମ୍ବର 15ରେ ପ୍ରଦୀପଙ୍କୁ 2 ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ଏସଆଇଟି ଟିମ । ଏହି ରିମାଣ୍ଡ ସମୟରେ ଆକାଶ ଓ ପ୍ରଦୀପଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା ।
ନକଲି ଏମଡିର କିଏ ମାଷ୍ଟରମାଇଣ୍ଡ ଡାଡି ? କିଏ ଦେଇଥିଲେ ଠକେଇ କରିବାର ଏସବୁ କୁବୁଦ୍ଧି ? କାହା ପତିଆରାରେ ନକଲି ଟାଟା ଏମଡି କରୁଥିଲେ କୋଟି କୋଟି ଟଙ୍କାର ଠକେଇ । ଯାହାକୁ ନେଇ ସତ ଓଗାଳିବାକୁ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁମୁହିଁ କରି ଏହାର ଖୁଲାସା କରିବାକୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ଟିମ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ