ଓଡିଶା

odisha

By

Published : Nov 29, 2019, 8:49 PM IST

ETV Bharat / city

ଟ୍ରାଫିକ କଟକଣା କୋହଳ, ଏହି ନିୟମ ଉଲଙ୍ଘନ କଲେ ଗଣିବେ ଫାଇନ...

ପୁଣି ତିନି ମାସ କୋହଳ ହେଲା ଟ୍ରାଫିକ ନିୟମ । ହେଲେ ଜାଣନ୍ତୁ କେଉଁ ନିୟମ ଉଲଙ୍ଘନ କଲେ ଦେବାକୁ ପଡିବ ଫାଇନ ।

new traffic rule
ପୁଣି ତିନି ମାସ କୋହଳ ହେଲା ଟ୍ରାଫିକ ନିୟମ, ହେଲେ ଏହି ନିୟମ ଉଲଙ୍ଘନ କଲେ ଗଣିବେ ଫାଇନ...

ଭୁବନେଶ୍ବର: ଡିସେମ୍ବର 1 ତାରିଖରୁ ସାରା ରାଜ୍ୟରେ ନୂଆ ମୋଟରଯାନ ନିୟମ ଲାଗୁ ହେବାର ଥିଲା । ହେଲେ ଆବଶ୍ୟକୀୟ ଭିତ୍ତିଭୂମିକୁ ନଜରରେ ରଖି ଏହି ନୂଆ ଆଇନ ଲାଗୁ କରିବା ପାଇଁ 3ମାସ ସମୟ ଦେଇଛନ୍ତି ରାଜ୍ୟ ସରକାର । ତେବେ କାଗଜପତ୍ର ପ୍ରସ୍ତୁତି ପାଇଁ 3 ମାସ ଡେଡଲାଇନ ବୃଦ୍ଧି ହୋଇଥିବାବେଳେ, ଡିସେମ୍ବର 1ରୁ ଏହି ସବୁ ଟ୍ରାଫିକ ନିୟମ ଉପରେ କଟକଣା ରହିବ ।

ପୁଣି ତିନି ମାସ କୋହଳ ହେଲା ଟ୍ରାଫିକ ନିୟମ, ହେଲେ ଏହି ନିୟମ ଉଲଙ୍ଘନ କଲେ ଗଣିବେ ଫାଇନ...
  • ହେଲମେଟ୍ ଓ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିଲେ ଫାଇନ ଦେବାକୁ ପଡିବ ।
  • ମଦପିଇ ଗାଡି ଚଳାଇଲେ ଫାଇନ ଲାଗିବ ।
  • ଦୁଇ ଜଣ ବଦଳରେ ବାଇକରେ 3 ଜଣ ବସିଲେ ଫାଇନ ଦେବାକୁ ପଡିବ ।
  • ଟ୍ରାଫିକରେ ଥିବା ରେଡ୍ ଲାଇଟ୍ ଅତିକ୍ରମ କଲେ ମୋଟା ଅଙ୍କର ତଣ୍ଡ ଗଣିବେ ।
  • ଆବଶ୍ୟକତା ଠାରୁ ଓଭର ଲୋଡିଂ ନେଉଥିଲେ ଦେବାକୁ ପଡିବ ଫାଇନ୍ ।
  • ଭୁଲ୍ ରାସ୍ତାରେ ଗାଡି ଚଳାଉଥିଲେ କିମ୍ବା ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନଥିଲେ ଫାଇନ ଦେବାକୁ ପଡିବ ।
  • ମୋବାଇଲରେ କଥା ହୋଇ ହୋଇ ଗାଡି ଚଳାଉଥିଲେ ଫାଇନ ଆଦାୟ କରାଯିବ ।
  • ଦ୍ରୁତ ଗତିରେ କିମ୍ବା ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଥିଲେ ଫାଇନ ଦେବାକୁ ପଡିବ ।

ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହି ସବୁ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଫାଇନ ପଡିବ ବୋଲି ଚିଠିରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details