ଓଡିଶା

odisha

ETV Bharat / city

ପିପିଲି ବିଜୟ ପରେ ରୁଦ୍ରଙ୍କୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ରୁଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

୯୨ ହଜାର ୮୧୦ ଖଣ୍ଡ ଭୋଟରେ ପିପିଲିରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବହୁ ନେତା ମନ୍ତ୍ରୀ ନବ ନିର୍ବାଚିତ ଯୁବନେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ...

ପିପିଲି ବିଜୟ ପରେ ରୁଦ୍ରଙ୍କୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ପିପିଲି ବିଜୟ ପରେ ରୁଦ୍ରଙ୍କୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Oct 3, 2021, 9:09 PM IST

Updated : Oct 3, 2021, 10:50 PM IST

ପୁରୀ:ବିପୁଳ ପରିମାଣରେ ପିପିଲି ଉପନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୦୭ ଭୋଟ୍‌ ବ୍ୟବଧାନରେ ସେ ମାତ୍‌ ଦେଇଛନ୍ତି । ୯୨ ହଜାର ୮୧୦ ଖଣ୍ଡ ଭୋଟରେ ପିପିଲିରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବହୁ ନେତା ମନ୍ତ୍ରୀ ନବ ନିର୍ବାଚିତ ଯୁବନେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ପିପିଲି ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପିପିଲି ବିଜୟ ପରେ ରୁଦ୍ରଙ୍କୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା ଦେଉଛି । ବିଜୁ ଜନତା ଦଳ ଆପଣମାନଙ୍କର ଦଳ । ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ ରହିଛୁ।"

ସେପଟେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ରୁଦ୍ର ମହାରଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ପିପିଲିରେ ମୁଖ୍ୟମନ୍ତ୍ରୀ ଓ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଲୋକପ୍ରିୟତା ରହିଛି । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ପିପିଲି ବାସୀ । ବିଜୟ ପାଇଁ ରୁଦ୍ର ମହାରଥୀଙ୍କୁ ଶୁଭେଚ୍ଛା ଜଣାଉଛି ।"

ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଟ୍ବିଟ୍‌ କରି ରୁଦ୍ର ମହାରଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ରୁଦ୍ର ମହାରଥୀ, ମୁଖ୍ୟମନ୍ତ୍ରୀ ଓ ଦିବଙ୍ଗତ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଅଭିନନ୍ଦନ ରୁଦ୍ର । ପିପିଲି ଓ ଡେଲାଙ୍ଗବାସୀଙ୍କୁ ମଧ୍ୟ ଧନ୍ୟବାଦ"

ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ରୁଦ୍ର ମହାରଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ପିପିଲି ଉପ-ନିର୍ବାଚନରେ ବିଜୟୀ ହୋଇଥିବା ଆମର ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହାସହ ଏହି ନିର୍ବାଚନ ମାଧ୍ୟମରେ ପିପିଲିର ଜନସାଧାରଣ ଆମର ପ୍ରିୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ଵକୁ ହୃଦୟର ସହ ପୁନଃସମର୍ଥନ ଦେଇଥିବାରୁ ସେମାନଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ।"

ଅପରପକ୍ଷରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆର୍ଶୀବାଦ ବୋଲି ସସ୍ମିତ ଟ୍ୱିଟ୍‌ କରିଛନ୍ତି ।

ସେହିପରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିଜୟୀ କରାଇଥିବାରୁ ପିପିଲିବାସୀ ବହୁତ ବହୁତ ଧନ୍ୟବାଦ । ଓଡ଼ିଶାବାସୀ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ସହଯୋଗ ବଜାୟ ରଖିଛନ୍ତି ।

ସେପଟେ ପିପିଲି ବିଜୟ ପରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଟ୍ୱିଟ୍‌ କରି ଦଳର ସାଙ୍ଗଠନିକ ସମ୍ପାଦକ, ସାଂସଦ ଓ ସାଧାରଣ ସମ୍ପାଦକ ପ୍ରମୁଖ ପ୍ରତିକ୍ରିୟା ରଖିଛନ୍ତି । ପିପିଲି’ ବିଜୟର ଶ୍ରେୟ ନବୀନଙ୍କ ଲୋକାଭିମୁଖୀ କାମ ବୋଲି ସମସ୍ତେ କହିଛନ୍ତି । ଏହା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପିପିଲି ଉପ-ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏନେଇ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।

ବିଜେଡିର ‘ପିପିଲି’ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି । ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଣବ ପ୍ରକାଶ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 3, 2021, 10:50 PM IST

ABOUT THE AUTHOR

...view details